Bikash Khabar
ଆଇଆଇଟି ଦିଲ୍ଲୀର ବିଦ୍ୟାର୍ଥିଙ୍କ ଦ୍ୱାରା ବଦଳିଛି ୫୫ ହଜାର ଚାଷୀଙ୍କ ଜୀବନ

ଆମ ଦେଶର ଅଧାରୁ ଅଧିକ ଲୋକ ଚାଷ ଉପରେ ନିର୍ଭରଶୀଳ । ୧୫ କୋଟି ହେକ୍ଟର ଜମିରେ ଚାଷକୁ ନେଇ ଭାରତ ବିଶ୍ୱରେ ଦ୍ୱିତୀୟ । ଏପରି ସ୍ଥଳେ କୃଷି କ୍ଷେତ୍ରରେ ପ୍ରଯୁକ୍ତିର ପ୍ରୟୋଗ ପ୍ରମୁଖ ମହତ୍ତ୍ୱ ରଖିଥାଏ । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଆଇଆଇଟିର ଛାତ୍ର ମନୀଷ କୁମାର ୨୦୧୨ରେ ଚାଷ କ୍ଷେତର ଉନ୍ନତି ଆଭିମୁଖ୍ୟ ନେଇ ‘ଦେହାତ ’ ନାମରେ ଏକ ଅନଲାଇନ ପ୍ଲାଟଫର୍ମ ସ୍ଥାପନା କରିଥିଲେ ।

ବିହାରର ଏକ କୃଷକ ପରିବାରରେ ଜନ୍ମିତ ଶଶାଙ୍କ ଚାଷ ଓ ଚାଷୀର ସମସ୍ୟାକୁ ଅତି ନିକଟରୁ ଦେଖିଥିଲେ । ଶିକ୍ଷା ସମାପ୍ତ ପରେ କ୍ଷୁଦ୍ର ଚାଷୀ ଓ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଯୋଡ଼ି ସେମାନଙ୍କ ନିକଟରେ ଶସ୍ତାରେ ବିହନ, ସାର, ଋଣ ଆଦି କିଭଳି ଉପଲବ୍ଧ କରାଯାଇପାରିବ ସେ ଦିଗରେ ଚିନ୍ତା କରିବାକୁ ଲାଗିଲେ । ଏଥିପାଇଁ  ଦେହାତ ଗଢାଗଲା । କ୍ରମଶଃ ବିହାର, ଉତ୍ତରପ୍ରଦେଶ ଏବଂ ଓଡ଼ିଶାର ୫୫ ହଜାର ଚାଷୀ ଏହି ଅନଲାଇନ ପ୍ଲାଟଫର୍ମରେ ଯୋଡ଼ି ହୋଇଗଲେ । ୟୁପିଏଲ ଲିମିଟେଡ଼, ଆଇଡ଼ିବିଆଇ ବ୍ୟାଙ୍କ, ଇଫକୋ, ପେପ୍ସିକୋ ଆଦି ସଂସ୍ଥା ଦେହାତ ସହ ବୁଝାମଣା ପତ୍ରରେ ସ୍ୱାକ୍ଷରିତ କଲେ । ଚାଷୀମାନେ ଅମଳ କରୁଥିବା ଶସ୍ୟ ଅନଲାଇନ ପ୍ଲାଟଫର୍ମ ଜରିଆରେ କିଣାବିକା ସୁବିଧା ପାଇଲା । ବର୍ତ୍ତମାନ ସୁଦ୍ଧା ଦେହାତ ୪୫ କୋଟି ଟଙ୍କାର ରାଜସ୍ୱ ଠୁଳ କରିପାରିଛି । କମ୍ପାନୀ ଏକାକୀ ଗତ ବର୍ଷ ୨୧ କୋଟି ଟଙ୍କାର ରାଜସ୍ୱ  ଅର୍ଜନ କରିଛି । ଆଗକୁ ୟୁପି, ବିହାର ଓ ଓଡ଼ିଶାର ୨,୫୦୦୦୦ ଚାଷୀଙ୍କ ନିକଟରେ ପହଂଚିବାର ପରିକଳ୍ପନା ରଖିଛନ୍ତି ଶଶାଙ୍କ ଓ ତାଙ୍କର ସହଯୋଗୀ ମନିଷ ।

11/04/2019

Leave a Reply

Your email address will not be published. Required fields are marked *

Comments