Bikash Khabar
ରାଜ୍ୟରେ ୧୮ ବର୍ଷରେ ସୃଷ୍ଟି ହୋଇଛନ୍ତି ୪୫ ହଜାର ମହିଳା ଉଦ୍ୟୋଗୀ

ରାଜ୍ୟରେ ଉଦ୍ୟୋଗ ପ୍ରତିଷ୍ଠା ଓ ପରିଚାଳନା ଦିଗରେ ମହିଳାଙ୍କ ସଂଖ୍ୟା ଯୋଡ଼ି ହେବାରେ ଲାଗିଛି । ୧୯୯୦-୯୧ ମସିହାରୁ ୨୦୧୭-୧୮ ୧୮ ବର୍ଷ ମଧ୍ୟରେ ମହିଳା ଉଦ୍ୟୋଗୀମାନେ ୪୫,୭୩୦ ଟି ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା କରିଛନ୍ତି । ଏହି ଉଦ୍ୟୋଗ ଗୁଡ଼ିକରେ ପାଖାପାଖି ୨ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ୨୦୧୫-୧୬ ମସିହାରେ ମହିଳାଙ୍କ ଦ୍ୱାରା ରାଜ୍ୟରେ ସର୍ବାଧିକ ୧୨,୫୮୦ଟି ଉଦ୍ୟୋଗ ସୃଷ୍ଟି ହୋଇଛି ବୋଲି ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପ୍ରଶ୍ନର ଉତ୍ତରରେ ଏମଏସଏମଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏହି ତଥ୍ୟ ଦେଇଛନ୍ତି ।
୨୦୦୦ ମସିହା ଠାରୁ ରାଜ୍ୟ ସରକାର ସ୍ୱୟଂ ସହାୟକ ଦଳ ଗଠନକୁ ପ୍ରାଥମିକତା ଓ ପ୍ରୋତ୍ସାହନ ଯୋଗାଇ ଦେଇ କ୍ଷୁଦ୍ର ଋଣ ଜରିଆରେ ବ୍ୟାବସାୟିକ ପରିବେଶ ଗଢିବାରେ ସହାୟକ ହେଲେ । କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତାରେ ବ୍ୟାପକ ପରିମାଣର ଋଣ ଉପଲବ୍ଧ କରାଯିବା ପରେ ଉଭୟ ଗ୍ରାମାଂଚଳ ଓ ସହରାଂଚଳରେ ମହିଳା ଉଦ୍ୟୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି । ବଡ଼ି, ପାମ୍ପଡ଼, ଆଚାର ଆଦି ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ଠାରୁ ଡ଼ୋକ୍ରା, ଟେରାକୋଟା, ବୟନଶିଳ୍ପ, ପଥର ଶିଳ୍ପ, କଂସା ପିତ୍ତଳ ବାସନ ଓ ଫିନାଇଲ, ପାପୋଛ ନିର୍ମାଣ, ଧୂପକାଠି ବୋଳିବା ଯାଏଁ ଛୋଟ ଓ ମଧ୍ୟମ ବ୍ୟବସାୟରେ ମହିଳାମାନଙ୍କ ସଂପୃକ୍ତି ବିଗତ ୨୦ ବର୍ଷ ମଧ୍ୟରେ ବୃଦ୍ଧି ପାଇଥିବା ଜଣାପଡ଼ିଛି ।
 

08/09/2018

Leave a Reply

Your email address will not be published. Required fields are marked *

Comments