Bikash Khabar
ସହିଦଙ୍କ ପାଇଁ ଏକ ହେଲା ଦେଶ, ୮୦ ହଜାର ଲୋକ ଦାନ କଳେ ୪୬ କୋଟି

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଦେଶବାସୀ ଯେତିକି ଶୋକ ପ୍ରକାଶ କଲେ ସେତିକି କ୍ରୋଧ ବି ଜାହିର କରିଛନ୍ତି । ଏହି ଦୁଃଖଦ ସମୟରେ ଦେଶର ପ୍ରତ୍ୟେକ ନାଗରିକ ସହିଦ ପରିବାରଙ୍କ ସହିତ ଦୃଢତାର ସହିତ ଠିଆ ହେବାର ବାର୍ତ୍ତା ମଧ୍ୟ ଦେଇଛନ୍ତି । ଭାରତର ନାଗରିକ ଓ ପ୍ରମୁଖ ବ୍ୟକ୍ତି ତଥା ସଂଗଠନମାନେ ମିଶି ସହିଦଙ୍କ ପାଇଁ ୪୫ କୋଟିରୁ ଅଧିକ ଟଙ୍କା ଦାନ କରିଛନ୍ତି । ସହିଦଙ୍କ ସଂପର୍କିୟଙ୍କୁ ସହାୟତା ପାଇଁ ସୃଷ୍ଟି ହୋଇଥିବା ଭାରତ କେ ବୀର ୱେବ ପୋର୍ଟାଲ ଜରିଆରେ ଏହି ଦାନ ରାଶି ଠୁଳ ହୋଇଛି । ଭାରତ ସରକାର ଏହି ରାଶିକୁ ପ୍ରତ୍ୟେକ ସହିଦଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି ।

ଭାରତ କେ ବୀର ପୋର୍ଟାଲ ଜରିଆରେ ଦେଶର ସାଧାରଣ ଜନଗଣ ସହିଦ ପରିବାରଙ୍କ ପାଇଁ ଯେଉଁ ଦାନ ଓ ଭାବନା ପ୍ରକାଶ କରିଛନ୍ତି ତାହା ଦେଶର ଏକତା ଅଖଣ୍ଡତା ଓ ଭାଇଚାରର ଚରମ ନିଦର୍ଶନ ବୋଲି କୁହାଯାଇଛି । ସ୍କୁଲ ଛାତ୍ରଙ୍କ ଠାରୁ ଆରମ୍ଭ କରି କ୍ରୀଡ଼ା ଓ ମନୋରଞ୍ଜନ ଜଗତର ତାରକାମାନେ ସହିଦଙ୍କ ପାଇଁ ମୁକ୍ତ ହସ୍ତରେ ଦାନ କରିଛନ୍ତି । କୁସ୍ତି ଖେଳାଳୀ ଯୋଗେଶ୍ୱର ଦତ୍ତ ୫ ଲକ୍ଷ ଟଙ୍କା ଦେବା ସହ ପ୍ରତିବର୍ଷ ପ୍ରଥମ ମାସର ଦରମା ଦାନ କରିବାର ପ୍ରତିଶ୍ରୃତି ଦେଇଛନ୍ତି । ଏହି ପୋର୍ଟାଲରେ ଅଦ୍ୟାବଧି ୮୦ ହଜାର ଲୋକଙ୍କ ଠାରୁ ୪୬ କୋଟି ଦାନ ସଂଗ୍ରହ ହୋଇପାରିଛି ।

20/02/2019

Leave a Reply

Your email address will not be published. Required fields are marked *

Comments