Bikash Khabar
ଜେଲରେ ୪୬ ନିର୍ଦ୍ଦୋଶ ଶିଶୁ, ରାଜ୍ୟକୁ ଜାତୀୟ ମାନବାଧିକାର ଆୟୋଗଙ୍କ କୈଫିୟତ

ଭୁବନେଶ୍ୱର, ମେ ୨୨ :  ଓଡ଼ିଶାର ଜେଲ ଗୁଡ଼ିକରେ ମା’ ମାନଙ୍କ ସହିତ ୪୬ ଜଣ ନିଷ୍ପାପ ଶିଶୁ ଜେଲରେ ଦିନ କାଟୁଛନ୍ତି । କାହିଁକି ଏହି ଶିଶୁମାନଙ୍କୁ ଜେଲରେ ରଖାଯାଇଛି ତାହାକୁ ନେଇ ଜାତୀୟ ମାନବାଧିକାର ଆୟୋଗ ରାଜ୍ୟ ସରକାରଙ୍କ ଠାରୁ କୈଫିୟତ ତଲବ କରିଛନ୍ତି ।

ମା ମାନଙ୍କ ସହ ଶିଶୁମାନଙ୍କୁ ଜେଲରେ ରଖାଯିବା ଆଇନ ସମ୍ମତ ନଥିବା ବେଳେ ଏହାକୁ ଉଲ୍ଲଂଘନ କରି କିଭଳି ରଖାଯାଇଛି ତାକୁ ନେଇ ଗଣମାଧ୍ୟମ ଗୁଡ଼ିକରେ ପ୍ରକାଶ ପାଇବା ପରେ ଜାତୀୟ ମାନବାଧିକାର ଆୟୋଗ ନିଜ ଆଡ଼ୁ ମାମଲା ରୁଜୁ କରିଥିଲେ । ଜନ୍ମରୁ ୫ବର୍ଷ ବୟସ ପର୍ଯ୍ୟନ୍ତ ପିଲା ମା’ ମାନଙ୍କ ସହ ରହିପାରିବେ ବୋଲି ନିୟମ ଥିବାବେଳେ ୫ବର୍ଷ ବୟସରୁ ଊଦ୍ଧ୍ୱର୍ ବୟସର ପିଲା ବିଭିନ୍ନ ଜେଲରେ ମା ମାନଙ୍କ ସହ ରହିଛନ୍ତି । ଫଳରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ମୁତାବକ ସେମାନଙ୍କ ଖାଦ୍ୟ, ପୋଷାକ, ଶିକ୍ଷା, ଆମୋଦପ୍ରମୋଦ ଓ ସ୍ୱାସ୍ଥ୍ୟ ବିକାଶ ଉପେକ୍ଷିତ ହୋଇରହୁଛନ୍ତି ।

ଓଡ଼ିଶାର ବିଭିନ୍ନ ଜେଲରେ ଥିବା ୪୬ ଜଣ ଶିଶୁଙ୍କ ମଧ୍ୟରୁ ୨୫ ଜଣ କନ୍ୟା ସନ୍ତାନ ଥିବା ଜଣାଯାଇଛି । ସେମାନଙ୍କ ବୟସ ୨୦ ଦିନରୁ ୬ ବର୍ଷ ମଧ୍ୟରେ ରହିଛି । ଜେଲରେ ଥିବା ୪୬ ଜଣ ମହିଳା ବନ୍ଦୀଙ୍କ ମଧ୍ୟରୁ ୩୬ ଜଣ ବିଚରାଧିନ ବନ୍ଦୀ ଏବଂ ସେମାନଙ୍କ ମଧ୍ୟରୁ ୩୦ ଜଣ ଅନୁସୂଚିତ ଜନଜାତିର । 

22/05/2018

Leave a Reply

Your email address will not be published. Required fields are marked *

Comments