Bikash Khabar
ଚଳିତ ମାସରୁ ଆରମ୍ଭ, ୪୮ ଲକ୍ଷ ଭତ୍ତାଧାରୀଙ୍କୁ ମିଳିବ ବର୍ଦ୍ଦିତ ଭତ୍ତା

ମଧୁବାବୁ ପେନସନ୍ ଯୋଜନା ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନଏସଏପି) ଯୋଜନାରେ ୫ ପ୍ରକାର ଭତ୍ତା ପ୍ରଦାନ କରାଯାଉଛି । ପ୍ରତ୍ୟେକ ଭତ୍ତାରେ ୨୦୦ ଟଙ୍କା ଲେଖାଏଁ ବୃଦ୍ଧି କରିଛନ୍ତି ସରକାର । ଯେଉଁମାନେ ୩୦୦ ଟଙ୍କାର ଭତ୍ତା ପାଉଥିଲେ ସେମାନେ ଏବେ ୫୦୦ ଟଙ୍କା ପାଇବେ । ସେହିପରି ୫୦୦ ଓ ୭୦୦ ଟଙ୍କା ଶ୍ରେଣୀର ଭତ୍ତାରେ ମଧ୍ୟ ୨୦୦ ଟଙ୍କା ବୃଦ୍ଧି କରାଯାଇଛି । ଏହି ଭତ୍ତା ବାବଦକୁ ଭାରତ ସରକାର ୨୦୦ ଟଙ୍କା ଦେଉଥିବାବେଳେ ରାଜ୍ୟ ସରକାର  ୧୦୦ ଟଙ୍କା ଦେଉଥିଲେ । ନୁଆ ଘୋଷଣା ଅନୁଯାୟୀ ରାଜ୍ୟ ସରକାର ୩୦୦ ଟଙ୍କା ଦେବା ବେଳେ କେନ୍ଦ୍ର ସରକାର ୨୦୦ ଟଙ୍କା ପ୍ରଦାନ କରିବେ ।

୮୦ ବର୍ଷରୁ ଅଧିକ ହିତାଧିକାରୀଙ୍କୁ ଏବେ ୫୦୦ ବଦଳରେ ୭୦୦ ଟଙ୍କାର ଭତ୍ତା ମିଳିବ । ୮୦ ବର୍ଷରୁ ଅଧିକ ବୟସର ଦିବ୍ୟାଙ୍ଗଙ୍କୁ ୭୦୦ ପରିବର୍ତ୍ତେ ୯୦୦ ଟଙ୍କା ଭତ୍ତା ମିଳିବ । ଚଳିତ ଫେବୃଆରୀ ମାସ ୭ ତାରିଖରୁ ପେନସନଧାରୀଙ୍କୁ ବର୍ଦ୍ଦିତ ଭତ୍ତା ପ୍ରଦାନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମଧୁବାବୁ ପେନସନ୍ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ପୂର୍ବରୁ ୨୦ ଲକ୍ଷ ଥିବାବେଳେ ରାଜ୍ୟସରକାର ସେଥିରେ ଆଉ ୫ ଲକ୍ଷ ନୁଆ ହିତାଧିକାରୀଙ୍କୁ ସାମିଲ କରିଛନ୍ତି ।
ସୂଚନା ଯୋଗ୍ୟ ଯେ ଓଡ଼ିଶାର ପଡ଼ୋଶୀ ରାଜ୍ୟ ଗୁଡ଼ିକରେ ଏ ପ୍ରକାର ଭତ୍ତାର ପରିମାଣ ଅଧିକ । ଆନ୍ଧ୍ରପ୍ରଦେଶରେ ବାର୍ଦ୍ଦକ୍ୟ ଭତ୍ତାର ପରିମାଣ ୧୦୦୦ ଟଙ୍କା ଥିବା ଜଣାଯାଇଛି ।

05/02/2019

Leave a Reply

Your email address will not be published. Required fields are marked *

Comments