Bikash Khabar
୫ ବର୍ଷରେ କିଡ଼ନୀ ରୋଗରେ ମଲେଣି ୪୮୩, ନବୀନଙ୍କ ମନ୍ତ୍ରୀ କହିଲେ ଜାଣିନି

ନରସିଂହପୁର ବ୍ଲକରେ କିଡ଼ନୀ ରୋଗ ମହାମାରୀ ରୂପ ନେଇଛି । ୨୦୧୩ରୁ ଅଦ୍ୟାବଧି ଏଥିରେ ୪୮୩ ଜଣଙ୍କର ଜୀବନ ଯାଇଛି । କିଡ଼ନୀ ରୋଗର କାରଣ ପାଇଁ ବିଶେଷଜ୍ଞ କମିଟି ଗଢାଯାଉ ଏବଂ ରୋଗୀର ମୃତ୍ୟୁ ଘଟିଲେ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ପାଇଁ ସ୍ଥାନୀୟ ଗଣତାନ୍ତ୍ରିକ ସୁରକ୍ଷା ସଂଗଠନ ଦାବୀ କରୁଥିବାବେଳେ ବିଧାନସଭାରେ ଏ ସମ୍ପର୍କିତ ଏକ ତାରକା ପ୍ରଶ୍ନର ଉତ୍ତର ଦେଇ ନରସିଂହପୁରରେ କିଡ଼ନୀ ରୋଗ ସମ୍ପର୍କରେ ଜାଣିନଥିବା କହିଥିଲେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର । ନବୀନ ସରକାରଙ୍କ ଜଣେ ବରିଷ୍ଠ ମନ୍ତ୍ରୀ ରାଜ୍ୟର ଏକ ନିର୍ଦ୍ଦିଷ୍ଟ ଅଂଚଳରେ କିଡ଼ନୀ ରୋଗର ଭୟାବହତା ସତ୍ୱେ କିପରି ଜାଣିପାରୁନାହାନ୍ତି ତାହା ଦୁର୍ଭାଗ୍ୟଜନକ ବୋଲି ସଂଗଠନର ସଭାପତି ଅଞ୍ଜନ ପଣ୍ଡା କହିଛନ୍ତି ।

ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ସ୍ଥାଣୁତା ଯୋଗୁଁ ଏହାର ସ୍ଥାୟୀ ପ୍ରତିକାର କରାଯାଉନାହିଁ । ପ୍ରତି ମାସରେ ନୁଆ ରୋଗୀ ଚିହ୍ନଟ ହେବା ଏକ ପ୍ରକାର ଆତଙ୍କ ଖେଳାଇ ଦେଇଛି । ମହାନଦୀରୁ ବିଶୁଦ୍ଧ ପାଣି ଯୋଗାଣ, ଡ଼ାଏଲସିସ୍ କେନ୍ଦ୍ରରେ ଅଧିକ ମେସିନ ଓ ଟେକନିସିଆନ ନିଯୁକ୍ତି, ମୃତକଙ୍କ ପରିବାରକୁ କ୍ଷତି ପୂରଣ ପ୍ରତି ସପ୍ତାହରେ ନରସିଂହପୁର ଡ଼ାକ୍ତରଖାନାକୁ କିଡ଼ନୀ ରୋଗ ବିଶେଷଜ୍ଞଙ୍କୁ ଅଣାଯାଇ ଚିକିତ୍ସା ଓ ପରାମର୍ଶ ସେବା ନିଶ୍ଚିତତା କରାଯାଉ ବୋଲି ନରସିଂହପୁର ସୁରକ୍ଷା ସଂଗଠନ ଦାବୀ କରିଛି ।

17/01/2019

Leave a Reply

Your email address will not be published. Required fields are marked *

Comments