Bikash Khabar
ତିନି ଜିଲ୍ଲା ଗସ୍ତରେ ୫-ଟି ସଚିବ,ମୁଖ୍ୟ ଚିକିତ୍ସାଳୟରେ ସମୀକ୍ଷା, ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ବୁଲିଲେ

 ମୋ ସରକାରକାର୍ଯ୍ୟକ୍ରମ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଦକ୍ଷିଣ ଓଡ଼ିଶାର ୩ଟି ଜିଲ୍ଲା ମାଲକାନଗିରି, କୋରାପୁଟ ନବରଙ୍ଗପୁରରେ ଏହା କିଭଳି କାର୍ଯ୍ୟକାରୀ ହେଉଛି ଏବଂ -ଟିକୁ କର୍ମଚାରୀମାନେ କିଭଳି ପାଳନ କରୁଛନ୍ତି, ଆଜି ଏହିସବୁ ଜିଲ୍ଲା ଗସ୍ତ କରି ତାହାର ସମୀକ୍ଷା କରିଛନ୍ତି -ଟି ସଚିବ ଭି.କେ ପାଣ୍ଡିଆନ। ତାଙ୍କ ସହିତ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏବଂ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା ମଧ୍ୟ ଏହିସବୁ ଜିଲ୍ଲା ଗସ୍ତ କରିଛନ୍ତି। ତିନି ସଚିବ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ୱାର୍ଡ ପରିଦର୍ଶନ କରି ରୋଗୀଙ୍କ ସହ କଥାବାର୍ତା କରିଥିଲେ। ରୋଗୀ ସେବା ସଂପର୍କରେ ଡାକ୍ତରଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ହସ୍ପିଟାଲର ଏସଏନସିୟୁ, ଆଇସିୟୁ କିଭଳି ପରିଚାଳିତ ହେଉଛି ତାହାର ତଦାରଖ କରିଥିଲେ। ମୋ ସରକାର ଯୋଜନା ତୃଣମୂଳ ସ୍ତରରେ କିଭଳି ଲୋକଙ୍କ ନିକଟରେ ପହଞ୍ଚୁଛି ତାହାର ଯାଞ୍ଚ କରିଥିଲେ। ମାଲକାନଗିରିରୁ ଫେରି ଏହି ସଚିବମାନେ କୋରାପୁଟରେ ପହଞ୍ଚିବା ପରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ପରିଦର୍ଶନରେ ଯାଇଥିଲେ। ମେଡିକାଲ କଲେଜର ବିଭିନ୍ନ ୱାର୍ଡକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ରୋଗୀଙ୍କୁ ସଠିକ୍ ଚିକିତ୍ସା ହେଉଛି ନା ନାହିଁ, ଔଷଧ ମିଳୁଛି ନା ନାହିଁ, ଡାକ୍ତରଙ୍କ ଠାରୁ ସିଠିକ୍ ପରାମର୍ଶ ମିଳୁଛି ନା ନାହିଁ ଆଦି ରୋଗୀଙ୍କୁ ପଚାରି ବୁଝିଥିଲେ। ଅପରାହ୍ନରେ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଗସ୍ତ କରି ବିଭିନ୍ନ ୱାର୍ଡ ବୁଲି ଦେଖିବା ସହ ରୋଗୀଙ୍କ ସହ ସିଧାସଳଖ କଥାବାର୍ତ୍ତା ହୋଇଥିଲେ।

10/10/2019

Leave a Reply

Your email address will not be published. Required fields are marked *

Comments