Bikash Khabar
ସକାଳୁ ଖାଲି ପେଟରେ ଖାଆନ୍ତୁ ରସୁଣ, ମିଳିବ ଏ ପାଞ୍ଚଟି ଲାଭ

 ରସୁଣ ଖାଇବାରେ ମିଳିଥାଏ ଅନେକ ଲାଭ । ଆୟୁର୍ବେଦରେ ଏହାକୁ ମିଳିଛି ଔଷଧର ମାନ୍ୟତା । ବର୍ଷ ବର୍ଷ ଧରି ଏହାର ଔଷଧୀୟ ମୂଲ୍ୟକୁ ବୁଝି ଆସିଥିବା ଭାରତୀୟ ସମାଜ ବ୍ୟଞ୍ଜନରେ ରସୁଣର ବ୍ୟବହାରକୁ ପ୍ରାଥମିକତା ଦେଇଆସିଛନ୍ତି ।  ସକାଳୁ ଖାଲି ପେଟରେ ରସୁଣ ଖାଇଲେ ଉଚ୍ଚ ରକ୍ତ ଚାପ ଉପଶମ ହୁଏ । ରକ୍ତ ସଂଚାଳନକୁ ନିୟନ୍ତ୍ରଣ କରିବାରେ ରସୁଣ ଅତ୍ୟନ୍ତ ପ୍ରଭାବୀ ସିଦ୍ଧ ହୋଇଛି । ଉଚ୍ଚ ରକ୍ତଚାପରେ ପୀଡ଼ିତ ବ୍ୟକ୍ତି ପ୍ରତିଦିନ ରସୁଣ ଖାଇବା ଆବଶ୍ୟକ । ତରଳଝାଡ଼ା ବା ଡ଼ାଇରିଆରୁ ମୁକ୍ତି ପାଇବାକୁ ହେଲେ ଫୁଟନ୍ତା ପାଣିରେ ୩-୪ଟି ରସୁଣ କୋଲା (ପାଖୁଡ଼ା) ପକାନ୍ତୁ । ସେହି ପାଣିକୁ ସିଝାଇ ପିଅନ୍ତୁ । ଡ଼ାଇରିଆରୁ ଉପଶମ ମିଳିବ । ହୃଦରୋଗୀଙ୍କ ପାଇଁ ରସୁଣ ରାମବାଣ । ରସୁଣ ଖାଇବା ଦ୍ୱାରା ରକ୍ତ ଜମାଟ ବାନେ୍ଧ ନାହିଁ । ହୃଦଘାତରୁ ମୁକ୍ତି ମିଳିଥାଏ । ଖାଲି ପେଟରେ ରସୁଣ ଖାଇଲେ ବଦହଜମୀର ସମ୍ଭାବନା ନଥାଏ । ଥଣ୍ଡା କାଶ ଶ୍ୱାସ ନିମୋନିଆର ଚିକିତ୍ସାରେ ରସୁଣର ଭୂମିକା ରହିଛି । 

13/08/2018

Leave a Reply

Your email address will not be published. Required fields are marked *

Comments