Bikash Khabar
କରୋନାରେ ମୃତ୍ୟୁ ପାଇଁ ବନ୍ଦର କର୍ମଚାରୀଙ୍କୁ ମିଳିବ ୫୦ ଲକ୍ଷ କ୍ଷତିପୂରଣ

କରୋନା ସଂକ୍ରମଣରେ କୌଣସି ବନ୍ଦର କର୍ମଚାରୀ ଓ ଶ୍ରମିକଙ୍କର ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବ। ଜାହାଜ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏହା ଘୋଷଣା କରାଯାଇଛି । ଦେଶର ସବୁ ପ୍ରମୁଖ ବନ୍ଦରର କର୍ମଚାରୀ ଓ ଶ୍ରମିକଙ୍କ ସହିତ ଏହି କ୍ଷତିପୂରଣ ସୁବିଧା ଠିକା ଓ ଚୁକ୍ତି ଭିତ୍ତିକ ଶ୍ରମିକ/କର୍ମଚାରୀଙ୍କୁ ମଧ୍ୟ ମିଳିବ ।

କରୋନା ସଂକ୍ରମଣରେ କୌଣସି ବନ୍ଦର କର୍ମଚାରୀ ଓ ଶ୍ରମିକଙ୍କର ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବ। ଜାହାଜ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏହା ଘୋଷଣା କରାଯାଇଛି । ଦେଶର ସବୁ ପ୍ରମୁଖ ବନ୍ଦରର କର୍ମଚାରୀ ଓ ଶ୍ରମିକଙ୍କ ସହିତ ଏହି କ୍ଷତିପୂରଣ ସୁବିଧା ଠିକା ଓ ଚୁକ୍ତି ଭିତ୍ତିକ ଶ୍ରମିକ/କର୍ମଚାରୀଙ୍କୁ ମଧ୍ୟ ମିଳିବ । ମୃତ ବ୍ୟକ୍ତିଙ୍କ ପରିବାରର ଉତ୍ତରାଧିକାରୀ ବା ତାଙ୍କ ଉପରେ ନିର୍ଭରଶୀଳ ବ୍ୟକ୍ତି ବିଶେଷଙ୍କ ଉପଯୁକ୍ତ ଦାବିଦାର ଏହି ଅର୍ଥ ପାଇବେ । କରୋନା ମହାମାରୀ ସମୟରେ ବନ୍ଦର କର୍ମଚାରୀ ଓ ଶ୍ରମିକମାନେ ବିପଦକୁ ଖାତିର ନ’କରି ନିଜର କର୍ତ୍ତବ୍ୟ ସଂପାଦନ କରୁଛନ୍ତି । ସେମାନଙ୍କର ସଂକ୍ରମିତ ହେବାର ସମ୍ଭାବନା ଥିବାରୁ ଏହି କ୍ଷତିପୂରଣ/ଅନୁକମ୍ପାମୂଳକ ଅର୍ଥ ପ୍ରଦାନର ବ୍ୟବସ୍ଥା କରାଯାଇଛି । କୌଣସି କର୍ମଚାରୀ ଶ୍ରମିକ ଯଦି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାନ୍ତି , ତାଙ୍କ ପରିବାର ବା ଉତ୍ତରାଧିକାରୀଙ୍କୁ ମଧ୍ୟ କ୍ଷତିପୂରଣ ମିଳିବ। ଏହି କ୍ଷତିପୂରଣ ବ୍ୟବସ୍ଥା କେବଳ କରୋନା ମହାମାରୀ ପାଇଁ ଉଦ୍ଦିଷ୍ଟ ଓ ଏହା ଚଳିତ ବର୍ଷ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।

29/04/2020

Leave a Reply

Your email address will not be published. Required fields are marked *

Comments