Bikash Khabar
ବକୁଳ ଫାଉଣ୍ଡେସନ ର ଗପ ପେଡି ,୫୦ ଦେଶର ୫୦ ଷ୍ଟୋରି ଟେଲର୍‌ କହିବେ ଗପ

କରୋନା ମହାମାରୀ ମାନସିକ ଅବସାଦ ବଢ଼ାଇବାରେ ଲାଗିଥିବା ବେଳେ ମନକୁ ହାଲ୍କା କରିବ ବକୁଲ ଫାଉଣ୍ଡେସନ୍ ଗପ ପେଡ଼ିକାର୍ଯ୍ୟକ୍ରମ। ଗପକୁହା ପରମ୍ପରାକୁ ଉଜ୍ଜୀବିତ ରଖିବାରେ ପ୍ରମୁଖ ଭୂମିକା ନେଇଥିବା ବକୁଲ ଫାଉଣ୍ଡେସନ୍ଭୂ-ଫେଷ୍ଟୋକାର୍ଯ୍ୟକ୍ରମରେ ଗପର ପେଡ଼ି ଖୋଲି ଦୃଷ୍ଟି ଆକର୍ଷଣ କରିଥିବା ବେଳେ ମହାମାରୀ ସମୟରେ ଏହାକୁ ଡିଜିଟାଲ୍ମାଧ୍ୟମରେ ଭେଟିଦେବ। ଆଜି ଠାରୁ ଅର୍ଥାତ  ଅଗଷ୍ଟ ୧ରୁ ଏହା ଆରମ୍ଭ ହେବ। ପ୍ରଥମ ଦିନ ଗପ କହିବେ ଇଂଲଣ୍ଡର ଗେରାଲ୍ଡାଇନ୍ଗାର୍ଉଡ୍ ୫୦ ସପ୍ତାହ ଧରି ଏହା ଚାଲିବ। ପ୍ରତ୍ୟେକ ଶନିବାର ରାତି ୯ଟାରେ ଗପ ଶୁଣିବାର ଅବକାଶ ମିଳିବ। ୫୦ଟି ଭିନ୍ନଭିନ୍ନ ଦେଶର ଷ୍ଟୋରି ଟେଲର ଗପ ପରିବେଷଣ କରିବେ। ବକୁଲ୍ଫାଉଣ୍ଡେସନ୍ ମୁଖ୍ୟ ସୁଜିତ ମହାପାତ୍ର କହିଛନ୍ତି, ଏହା କେବଳ ଇଂରାଜୀ ଭାଷାରେ ଶୁଣିବାକୁ ମିଳିବ। ସଂପ୍ରତି ପରିବାରରେ ଗପ କହିବାର ପରମ୍ପରା ପ୍ରାୟତଃ ନାହିଁ। ତେବେ ପୁଣି ସେଇ ପରମ୍ପରା ଆଧାରରେ ପିଲାମାନଙ୍କୁ ଏକ ସୃଜନ ଦୁନିଆରେ ନିମଜ୍ଜିତ କରିବା ପାଇଁ ବକୁଲ୍ପକ୍ଷରୁ ଏହି ପ୍ରୟାସ ଆରମ୍ଭ ହୋଇଛି। ପ୍ରତିଟି ଗପକୁହା ଅଧିବେଶନରେ ପ୍ରତ୍ୟେକ ଦେଶର ଷ୍ଟୋରି ଟେଲର ନିଜର ଗପ ଆରମ୍ଭ ପୂର୍ବରୁ ତାଙ୍କ ଦେଶ ସେଠାକାର ନିଆରା ସଂସ୍କୃତି ବାବଦରେ କଥା ଛଳରେ ସୂଚନା ଦେବେ। ତେଣୁ ଏହା କେବଳ ପିଲାମାନଙ୍କୁ ସେଠାକାର ଲୋକ କାହାଣୀ ମଧ୍ୟରେ ବାନ୍ଧି ରଖିବ ନାହିଁ, ବରଂ ପିଲାମାନଙ୍କ ବୌଦ୍ଧିକ ସ୍ତରକୁ ବିସ୍ତୃତ କରିବାରେ ସହାୟକ ହେବ। ବକୁଲ୍ଫାଉଣ୍ଡେସନ୍ଫେସ୍ବୁକ୍ପେଜ୍, ଟ୍ବିଟର୍ ୟୁ-ଟ୍ୟୁବ୍ରେ ରୋମାଞ୍ଚଭରା କାହାଣୀ ଶୁଣି ହେବ। କେବଳ ପିଲା ନୁହେଁ, ବଡ଼ମାନେ ମଧ୍ୟ ଏହି ଧାରାରେ ସାମିଲ୍ହୋଇପାରିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

01/08/2020

Leave a Reply

Your email address will not be published. Required fields are marked *

Comments