Bikash Khabar
୩୦ ସେକେଣ୍ଡରେ ଏସଏଚ୍‌ଜି ଗ୍ରୁପକୁ ମିଳିବ ୫୦ ହଜାର ଟଙ୍କାର ଋଣ

 ୩୦ ସେକେଣ୍ଡରେ ଏସଏଚ୍ଜି ଗ୍ରୁପକୁ ୫୦ ହଜାର ଟଙ୍କାର ଋଣ ମିଳିବ। ମାତ୍ର ୫୯ ମିନିଟରେ ଏକ କୋଟି ଟଙ୍କା ପର୍ୟ୍ୟନ୍ତ ଋଣ ମିଳିପାରିବ। ରାଷ୍ଟ୍ରୟତ୍ତ ବ୍ୟାଙ୍କର ଗ୍ରାହକ ସମ୍ପର୍କ କାର୍ୟ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି।ଶୁକ୍ରବାର ଭୁବନେଶ୍ୱରରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପକ୍ଷରୁ ଆୟୋଜିତ ଗ୍ରାହକ ସମ୍ପର୍କ ପ୍ରଚାର କାର୍ୟ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଓଡିଶାରେ ଲକ୍ଷ କୋଟି ଟଙ୍କାର ବ୍ୟାଙ୍କ ଋଣ ଦିଆଯାଇଛି। ରାଜ୍ୟରେ କୋଟିରୁ ଉର୍ଦ୍ଧ୍ବ ଲୋକ ବ୍ୟାଙ୍କ୍ ଆକାଉଣ୍ଟ ଖୋଲିଛନ୍ତି। ଓଡିଶାରେ ଅଧିକ ବ୍ୟାଙ୍କ ଖୋଲିବା ପାଇଁ ଅର୍ଥମନ୍ତ୍ରୀଙ୍କୁ ମୁଁ ଚିଠି ଲେଖିଛି। ଅଧିକରୁ ଅଧିକ ଗୃହ ଋଣ ଦେବାକୁ ବ୍ୟାଙ୍କଗୁଡିକୁ କହିଛି।ସୂଚନା ଯୋଗ୍ୟ ଯେ ଜନଧନ ଏକାଉଣ୍ଟ ଖୋଲିବା ପରେ ରାଜ୍ୟରେ ଆଶ୍ଚର୍ଯ୍ୟ ଜନକଭାବେ ବ୍ୟାଙ୍କ ଖାତା ଖୋଲାଯାଇଛି। ଅତି ଗ୍ରାମୀଣ ଗରିବ ଲୋକ ଙ୍କ ପାଖରେ ବ୍ୟାଙ୍କ ଆକାଉଣ୍ଟ ରହିଛି। ଏହା ଦ୍ୱାରା ଲୋକଙ୍କ ଆର୍ଥିକ ସଶକ୍ତକରଣ ସମ୍ଭବ ହୋଇପାରିଛି

 

05/10/2019

Leave a Reply

Your email address will not be published. Required fields are marked *

Comments