Bikash Khabar
ପାଣି ନଷ୍ଟ କଲେ ଦେବାକୁ ହେଉଛି ୫ଶହ ଟଙ୍କା ଜରିମାନା

ଚଳିତ ବର୍ଷ ସାରା ଦେଶରେ ନାହିଁ ଥିବା ଖରା।ରୌଦ୍ର ତାପରେ ଅନେକ ଜାଗାରେ ଶୁଖିଯାଇଛି ଜଳାଶୟ କୂଅ,ପୋଖରୀ,ନଦୀ ଚାରିଆଡେ ଶୁଖିଲା ଦେଖିବା ପରେ ଲୋକେ ଜଳ ବ୍ୟବହାର ପରିଚାଳନାକୁ ନେଇ ନିଜସ୍ୱ ନିୟମ ପ୍ରଚଳନ କରିଛନ୍ତି ଅନେକାଂଶରେ ଏସବୁ ନିୟମ ସମାଜ ପାଇଁ ମଧ୍ୟ ଲାଭଦାୟକ ସାବ୍ୟସ୍ତ ହୋଇଛି ଏହାର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଗୁଜୁରାଟରେ ଗୁଜରାଟର ଦାହୋଦରେ ଏବେ ପାଣି ନଷ୍ଟ କଲେ ଦେବାକୁ ହେଉଛି  ୨୫୦ରୁ ଶହ ଟଙ୍କା ଜରିମାନା। ଏଠାରେ ଅନେକ ସ୍ଥାନରେ ଜଳାଭାବ ଦେଖା ଦେଇଥିବାରୁ ଏମିତି ଏକ ନିୟମ ଲାଗୁ କରାଯାଇଛି। କେବଳ ସେତିକି ନୁହେଁ ପାଣି ନଷ୍ଟ କରୁଥିବା ବ୍ୟକ୍ତି ଯଦି ଏହିପରି ୩ଥର କରନ୍ତି ତେବେ ତାଙ୍କର ପାଣି କନେକସନ୍କାଟି ଦିଆଯିବ। ଜଳ ଯୋଗାଣ ସମିତିର ମୁଖ୍ୟ ଲଖନ ରାଜଗୋର ସୂଚନା ଦେଇଛନ୍ତିଯେ , ଦାହୋଦରେ ପାଣିର ଅଭାବ ଦେଖାଦେଇଛି। ଏଠାରେ ଜଳାଭାବ ପୂରଣ କରୁଥିବା କାଡାଣା ବନ୍ଧ ପାଟା ଡୁଙ୍ଗରି ନଗରର ଜଳସ୍ତର ବହୁ ତଳକୁ ଚାଲି ଯାଇଛି। ତେଣୁ ଏଠାରେ ଦିନେ ଛାଡି ଦିନେ ଜଳ ଯୋଗାଣ କରିବାକୁ ପଡୁଛି। ସେଥିପାଇଁ ପାଣି ବଞ୍ଚାଇବାକୁ ଯାଏ ଏଭଳି ନିୟମ କରାଯାଇଛି। ଏହି ଚେତାବନୀ ପରେ ଯଦି କେହି ଉପଭୋକ୍ତା ପାଣି ନଷ୍ଟ କରୁଛନ୍ତି ତେବେ - ଥର ଧରାପଡିଲେ ଜରିମାନା ସହ ବିନା ନୋଟିସରେ ତାଙ୍କ ପାଣି କାଟି ଦିଆଯିବ ବୋଲି ସୂଚନା ଦିଆଯାଇଛି।ଏଭଳି ନିୟମ କୁ ଅଞ୍ଚଳବାସୀ ମଧ୍ୟ ପାଳନ କରୁଥିବା ଜଣାଯାଇଛି।

21/05/2019

Leave a Reply

Your email address will not be published. Required fields are marked *

Comments