Bikash Khabar
ଭିକ୍ଷା ମାଗି ଶ୍ରୀଜଗନ୍ନାଥଙ୍କୁ ଦାନ କଲେ ୫୦ ହଜାର

କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ବିଧବା ଅସହାୟ ମହିଳା ନିଜ ଭିକ୍ଷାବୃତ୍ତିରୁ ସଂଚିଥିବା ୫୦ ହଜାର ଟଙ୍କାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦାନ କରି ଦେଇଥିବା ଭଳି ଏକ ଖବର ଏବେ ଚର୍ଚ୍ଚାକୁ ଆସିଛି । ଦାନ ପାଇଁ ଅର୍ଥ ନୁହେଁ ବରଂ ଇଚ୍ଛାଶକ୍ତି ଥିବା ଆବଶ୍ୟକ ବୋଲି ଭକ୍ତ ମହିଳା ପ୍ରମାଣ କରାଇ ଦେଇଛନ୍ତି ।
ମାସକୁ ୩୦୦ ଟଙ୍କାର ବିଧବା ଭତ୍ତା ଓ ୫ କେଜି ଚାଉଳ ସହାୟତାରୁ ଜୀବିକା ପ୍ରତିପୋଷଣ କରିପାରୁ ନଥିବା ଏହି ମହିଳା ଜଣକ ହେଉଛନ୍ତ ରାଜକନିକା ବ୍ଲକ ଜାଗୁଳାଇପଡ଼ାର ମୃତ ଶ୍ରୀଧର ଦାସଙ୍କ ପତ୍ନୀ ସରୋଜିନୀ ଦାସ । ଅଭାବ ପରିବାରର ଏହି ମହିଳା ଜଣଙ୍କ ପରମେଶ୍ୱର ଦାସ ନାମକ ଜଣେ ଯୁବକଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ । କିନ୍ତୁ ପରମେଶ୍ୱର ମଧ୍ୟ ସାଥୀରେ ରହିଲେନି । ସ୍ୱାମୀଙ୍କ ମୃତ୍ୟୁ ପରେ ସମ୍ପତ୍ତିରୁ ଭାଗ ମିଳିନଥିଲା । ଛୋଟ ଏକ କୁଡ଼ିଆରେ ଅସହାୟ ସରୋଜିନୀ ଭିକ୍ଷା ବୃତ୍ତି କରି ଚଳୁଥିଲେ । ଘରଟି ଭାଙ୍ଗିରୁଜି ଯିବାରୁ ସେ ଏବେ ପଂଚାୟତ କାର୍ଯ୍ୟାଳୟରେ ଅସ୍ଥାୟୀ ଭାବେ ଆଶ୍ରୟ ନେଉଛନ୍ତି । ନିଜ ଭିକ୍ଷାବୃତ୍ତି ଓ ବିଧବା ଭତ୍ତାର ସଂଚିତ ଅର୍ଥ ୫୦ ହଜାର ଟଙ୍କା ହେବା ପରେ ସେ ପୁରୀ ଆସି ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜମା କରିଦେଇଛନ୍ତି । କହିଛନ୍ତି କାଳିଆରେ ମୋ ଘର ତ ଭାଙ୍ଗିଗଲା ହେଲେ ତୋ ଘର ଭାଙ୍ଗି ନଯାଉ । ମୋର ସଂଚିତ ଅର୍ଥ ତୋତେ ଦେଲି, ତୁ ଏବେ ମୋ କଥା ବୁଝ । ସରୋଜିନୀଙ୍କ ଏଭଳି ଦାନ କାର୍ତ୍ତିକ ପ୍ରଥମ ସପ୍ତାହରୁ ଚର୍ଚ୍ଚା ଯୋଗାଇଛି । 
 

26/10/2018

Leave a Reply

Your email address will not be published. Required fields are marked *

Comments