Bikash Khabar
ୱିପୋ ପ୍ରତିଷ୍ଠାତା ଆଜିମ ପ୍ରେମଜିଙ୍କ ବଦାନ୍ୟତା, ସମାଜସେବା ପାଇଁ ଦାନ କରିବେ ୫୩ ହଜାର କୋଟି

ୱିପ୍ରୋର ପ୍ରତିଷ୍ଠାତା ଅଜିମ ପ୍ରେମଜି ଦାତବ୍ୟ କାର୍ଯ୍ୟ ପାଇଁ ଦାନ କରିବାରେ ଅନ୍ୟ ଧନୀମାନଙ୍କ ଠାରୁ ଆଗରେ ଏହି ଚର୍ଚ୍ଚାକୁ ଆସିଥାନ୍ତି । ପୂର୍ବରୁ ସେ ୯୦ ହଜାର କୋଟିରୁ ଅଧିକ ଟଙ୍କା ଦାତବ୍ୟ କାର୍ଯ୍ୟ ପାଇଁ ଦାନ କରିସାରିଥିବାବେଳେ ଏବେ ପୁଣି ୫୨,୭୫୦ କୋଟି ଟଙ୍କା ଦାନ କରିବା ପାଇଁ ଘୋଷଣା କରିଛନ୍ତି ।

ଅଜିମ ପ୍ରେମଜି ଦାନ କରୁଥିବା ଅର୍ଥ ନିଜ ନାମରେ ଗଢା ଯାଇଥିବା ଅଜିମ ପ୍ରେମଜି ଫାଉଣ୍ଡେସନ ପାଖକୁ ଯାଉଛି । ଫାଉଣ୍ଡେସନ ଜରିଆରେ ଦାତବ୍ୟ କାର୍ଯ୍ୟ ହେଉଛି । ଭାରତରେ ବହୁତ ବଡ଼ ବଡ଼ ଧନୀ ସେମାନଙ୍କର ଦାନ ପରିମାଣ କମାଇ ଦେଇଥିବାବେଳେ ୱିପ୍ରୋ ପ୍ରତିଷ୍ଠାତା ତାଙ୍କର ବଦାନ୍ୟତା ଜାରି ରଖିଛନ୍ତି । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଫାଉଣ୍ଡେସନ ଶିକ୍ଷାଠାରୁ ଆରମ୍ଭ କରି ପୋଷଣ, ମହିଳା ହିଂସା ରୋକିବା ଓ ମାନବ ଚାଲାଣକୁ ପ୍ରତିହତ କରିବା ଦିଗରେ କାର୍ଯ୍ୟ କରୁଛି ।

15/03/2019

Leave a Reply

Your email address will not be published. Required fields are marked *

Comments