Bikash Khabar
କଳାହାଣ୍ଡି, ୫୩୫ ଗାଁରେ ସ୍ୱାସ୍ଥ୍ୟସେବା ପାଇଁ ଗୁଣିଆ ଭରଷା

କଳାହାଣ୍ଡି ଜିଲ୍ଲାରେ ରହିଛି ମୋଟ ୨୨୩୬ଟି ଗ୍ରାମ । ସେଥିରୁ ୫୩୫ଟି ଗ୍ରାମ ଅତି ଦୁର୍ଗମ ଅଂଚଳରେ ରହିଛି । ୩୪୨ଟି ଗ୍ରାମ ବର୍ଷସାରା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥିବାବେଳେ ୧୯୩ଟି ଗ୍ରାମ ୬ ମାସ ଧରି ବାହାର ଦୁନିଆ ସହିତ ସଂପର୍କ ରଖିପାରେନି । ଗୁଣିଗାରେଡ଼ି ଦେବାଦେବୀ ଓ ଚେରମୂଳ ହିଁ ସ୍ୱାସ୍ଥ୍ୟସେବାର ଏକମାତ୍ର ଭରସା ଥିବା ଜଣାପଡ଼ିଛି ।
ଜିଲ୍ଲାରେ ୧୬ ଲକ୍ଷ ଲୋକଙ୍କ ପାଇଁ ୧୨୩ ଡ଼ାକ୍ତର ଥିବାବେଳେ ଜିଲ୍ଲା ମୁଖ୍ୟାଳୟରେ ୭୨ ଜଣଙ୍କ ମଧ୍ୟରୁ ଅଛନ୍ତି ମାତ୍ର ୨୫ ଜଣ ଡ଼ାକ୍ତର । ଜିଲ୍ଲାରେ ସମୁଦାୟ ୩ଜଣ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଥିବାବେଳେ ମାସକୁ ୮୦୦ରୁ ଊଦ୍ଧ୍ୱର୍ ପ୍ରସୂତି ଆନୁଷ୍ଠାନିକ ପ୍ରସବ ପାଇଁ ଏହି ୩ଜଣ ବିଶେଷଜ୍ଞଙ୍କ ସାହାର୍ଯ୍ୟ ଅପେକ୍ଷାରେ ରହନ୍ତିି । ୱାର୍ଡ଼ର ସ୍ଥିତି ଆଖିରେ ଦେଖିଲେ ଯାଇ ବିଶ୍ୱାସ ହେବ । ଶର୍ଯ୍ୟା ଅଭାବରୁ ନବଜାତ ଶିଶୁ ଓ ମା’କୁ ତଳେ ଶୋଇବାକୁ ପଡ଼ୁଛି । ରୋଗୀ ସଂଖ୍ୟା ତୁଳନାରେ ଡ଼ାକ୍ତର ଓ କର୍ମଚାରୀ ନାହାନ୍ତି । ଗୋଟିଏ ସାଲାଇନ ଷ୍ଟାଣ୍ଡରେ ଚାରିରୁ ପାଂଚ ଜଣଙ୍କୁ ସାଲାଇନ୍ ଦିଆଯାଉଥିବାବେଳେ କେଉଁଠି ରୋଗୀର ଆତ୍ମୀୟ ଘଣ୍ଟା ଘଣ୍ଟା ଧରି ସାଲାଇନ୍ ଧରି ଠିଆ ହୋଇଛି । ଜୁନ୍ ୬ ତାରିଖ ଦିନ ସ୍ୱାସ୍ଥ୍ୟମନ୍ତ୍ରୀ ଉଦଘାଟନ କରିଥିବା ଶହେ ଶର୍ଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ୫ ମହଲା କୋଠା ସେପ୍ଟେମ୍ବର ୬ ତାରିଖ ସୁଦ୍ଧା ବି ଖୋଲିନଥିଲା । ମୁଖ୍ୟ ଚିକିତ୍ସାଳୟର ସ୍ଥିତି ଏମିତି ଥିବାବେଳେ ଦୁର୍ଗମ ଅଂଚଳ କିଭଳି ଥିବ ଅନୁମାନ କରାଯାଇପାରେ । ଜିଲ୍ଲାରେ ୧୭ଟି ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ୬୪ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ଭିଡ଼ ଲାଗି ରହିଛି । ଦୁର୍ଗମ ଗାଁ ମାନଙ୍କରେ ଲୋକେ ଗୁଣିଆ ଭରସାରେ ଥିବା ଦେଖାଯାଉଛି । ଗୁରୁତର ହେଲେ ଭାର କରି ବୁହାଯାଉଛି । ବର୍ଷା ଦିନର ସ୍ଥିତି ଆହୁରି ଶୋଚନୀୟ ।
 

06/09/2018

Leave a Reply

Your email address will not be published. Required fields are marked *

Comments