Bikash Khabar
ଅଷ୍ଟମ ଶ୍ରେଣୀର ୫୬ ପ୍ରତିଶତ ଜାଣନ୍ତିନି ସାଧାରଣ ଗଣିତ, ୨୫ ପ୍ରତିଶତଙ୍କୁ ପଢିବା ଆସେନି

ଶିକ୍ଷା ଅଧିକାର ଆଇନ ପ୍ରଣୟନ ପରେ ସ୍କୁଲ ନାମ ଲେଖା ହାର ବଢିଛି । କିନ୍ତୁ ଶିକ୍ଷାର ଗୁଣାତ୍ମକ ବିକାଶକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ସାଧାରଣ ଗଣିତ ଆସୁନଥିବା ବେଳେ ୨୫ ପ୍ରତିଶତ ପୁସ୍ତକ ପଢି ପାରନ୍ତିନାହିଁ ।

ଆନୁଆଲ ଷ୍ଟାଟସ ଅଫ ଏଜୁକେଶନ ରିପୋର୍ଟ (AESR) ୨୦୧୮ରୁ ଏକଥା ସାମ୍ନାକୁ ଆସିଛି । ଓଡ଼ିଶାରେ ୩.୨ ପ୍ରତିଶତ ପିଲା ୧-୯ ପର୍ଯ୍ୟନ୍ତ ସଂଖ୍ୟା ଚିହ୍ନିପାରୁନଥିବା ବେଳେ ୧୩.୮ ପ୍ରତିଶତ ତା ଉପର ସଂଖ୍ୟା  ଗୁଡ଼ିକୁ ଚିହ୍ନଟ କରିପାରୁନାହାନ୍ତି । ୩୧.୧ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଫେଡ଼ାଣ କରିଆସେ ନାହିଁ । ୨୪.୫ ପ୍ରତିଶତ ଛାତ୍ରଛାତ୍ରୀ ହରଣ କରିପାରୁନଥିବା ଏହି ରିପୋର୍ଟ କହିଛି । 
ପ୍ରଥମ ନାମକ ଏକ ସାମାଜିକ ସଂଗଠନ ପକ୍ଷରୁ ପ୍ରସ୍ତୁତ ଏହି ରିପୋର୍ଟରେ ରାଜ୍ୟର ପଂଚମ ଶ୍ରେଣୀର ୫୮ ପ୍ରତିଶତ ପିଲା ଦ୍ୱିତୀୟ ଶ୍ରେଣୀ ପାଠ ପଢିବାରେ ସମର୍ଥ ଥିବା କୁହାଯାଇଛି ।
ଭିତ୍ତିଭୂମିରେ ବି ଦୁର୍ବଳ ସ୍ଥିତି
୮ ପ୍ରତିଶତ ସ୍କୁଲରେ ପାନୀୟ ଜଳ ନଥିବା ବେଳେ ୩ ପ୍ରତିଶତ ବିଦ୍ୟାଳୟରେ ଶୌଚାଳୟ ନାହିଁ । ୯.୬ ପ୍ରତିଶତ ବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ପୃଥକ ଶୌଚାଳୟ ନାହିଁ । ୧୯ ପ୍ରତିଶତ ବିଦ୍ୟାଳୟରେ ବିଦ୍ୟୁତ ବ୍ୟବସ୍ଥା ନାହିଁ । ୮୧.୩ ପ୍ରତିଶତ ବିଦ୍ୟାଳୟରେ କମ୍ପ୍ୟୁଟର ସୁବିଧା ନାହିଁ । ୭୬ ପ୍ରତିଶତ ବିଦ୍ୟାଳୟ ଖେଳ ପାଇଁ ସ୍ୱତନ୍ତ୍ର ପିରିୟଡ଼୍ ରହିଛି ହେଲେ ପିଇଟି ଶିକ୍ଷକ ନଥିବାରୁ ପିଲାମାନେ ପଡ଼ିଆରେ ବୁଲାବୁଲି କରନ୍ତି । ମାତ୍ର ୧୬-୨ ପ୍ରତିଶତ ସ୍କୁଲରେ ପିଇଟି ଶିକ୍ଷକ ଅଛନ୍ତି । ଓଡ଼ିଶାର ୮୧୨ଟି ବିଦ୍ୟାଳୟରେ ଏହି ସର୍ଭେ ହୋଇଥିବା ଜଣାଯାଇଛି ।

16/01/2019

Leave a Reply

Your email address will not be published. Required fields are marked *

Comments