Bikash Khabar
ଲକ୍ଷାଧିକ ମହିଳାଙ୍କ ପାଇଁ ପ୍ରେରଣା ଦାୟୀ ପଂଚମ ପାସ୍ ଡ଼ାକ୍ତର ଦିଦି

ନଭେମ୍ବର ୧୫ରେ ପାଳିତ ହୋଇଥିଲା ୧୮ତମ ଝାରଖଣ୍ଡ ଦିବସ । ଝାରଖଣ୍ଡବାସୀଙ୍କୁ ନିଆରା ସେବା ଯୋଗାଇଥିବା ୧୦ ଜଣ ମହିଳାଙ୍କୁ ଏ ଅବସରରେ ସମ୍ବର୍ଦ୍ଦିତ କରାଯାଇଥିଲା । ଝାଡ଼ଖଣ୍ଡ ସମ୍ମାନରେ ସମ୍ମାନୀତ ହୋଇଥିବା ଏହି ୧୦ ଜଣ ମହିଳା ଦେଶ ତଥା ନିଜ ରାଜ୍ୟକୁ ଗୌରବାନ୍ୱିତ କରିଥିବା କହିଥିଲେ ମୁଖ୍ୟମନ୍ତ୍ରୀ ରଘୁବର ଦାସ । ଏହି ମହିଳାମାନଙ୍କ ସହିତ ଥିଲେ ବଲମଦିନା ତିର୍କି ନାମରେ ଜଣେ ମହିଳା । ବଲମଦିନା ପଂଚମ ଶ୍ରେଣୀ ପାସ୍ କରିଥିଲେ ହେଁ ଏବେ ସେ ଡ଼ାକ୍ତର ଦିଦି ନାମରେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତି ।

୩୦ ବର୍ଷ ବୟସ୍କ ବଲମ ଦିନାଙ୍କ ଶୈଶବ ସଂଘର୍ଷରେ କଟିଛି । ଦାରିଦ୍ର‌୍ୟତା କାରଣରୁ ସେ ୫ମ ଯାଏ ପଢି ପାରିଥିବା କହନ୍ତି । ଝାରଖଣ୍ଡ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଶିକ୍ଷିତ ହୋଇ ସେ ପଶୁ ସଖି ଭାବେ ନିଜ ଦାୟିତ୍ୱ ତୁଲାଉଥିବା କହନ୍ତି । ବଲମ ଜିନାଙ୍କ ପତି ଜଣେ ଡ଼୍ରାଇଭର । ତାଙ୍କର ସୀମିତ ଆୟ ଭିତରେ ପରିବାର ଚଳାଇବା କଷ୍ଟ ଅନୁଭବ କରିବା ପରେ ସେ ପଶୁ ସଖୀ ଭାବେ ତାଲିମ ନେଲେ ଓ କାମ କରିବାକୁ ଲାଗିଲେ । ଏବେ ତାଙ୍କୁ ପ୍ରତି ମାସରେ ୫ରୁ ୭ ହଜାର ଟଙ୍କାର ରୋଜଗାର ମିଳୁଥିବା କହନ୍ତି ।
ରାଂଚି ଠାରୁ ୪୫ କିମି ଦୂର ଅନଗଡ଼ା ବ୍ଲକର ଗେତଲସୁଦ ଗାଁର ବଲମଜିନା ଷ୍ଟେଟ ଲାଇଭଲିହୁଡ଼୍ ପ୍ରମୋଶନ ସୋସାଇଟି ସହଯୋଗରେ ତାଲିମ ନେଇ ଛେଳିଙ୍କୁ ଶସ୍ତା ଦରରେ ଟୀକାକରଣ ଓ କୃମି ବିନାଶ କରିଥାନ୍ତି । ଛେଳି ପାଳନ ପାଇଁ ନାନା ପ୍ରକାର ଉପକରଣ ତିଆରି କରିଥାନ୍ତି । ଘର ଘର ଯାଇ ପଶୁପାଳକଙ୍କୁ ଭେଟନ୍ତି । ଛେଳି, ଘୁଷୁରି, ଗାଈ, ବଳଦଙ୍କ ପ୍ରାଥମିକ ଚିକିତ୍ସା ସେବା ଯୋଗାନ୍ତି । ଝାରଖଣ୍ଡରେ ଏବେ ୫୮ ହଜାର ଚାଷୀଙ୍କ ନିକଟରେ ଲକ୍ଷାଧିକ ଛେଳି ଥିବା ଜଣାଯାଇଛି । ଯେଉଁମାନଙ୍କ ପାଇଁ ବଲମ ଜିନା ଜଣେ ଡ଼ାକ୍ତର ଠାରୁ କିଛି କମ୍ ନୁହନ୍ତି । 
 

16/11/2018

Leave a Reply

Your email address will not be published. Required fields are marked *

Comments