Bikash Khabar
ଜଙ୍ଗଲ ନିଆଁକୁ ରୋକିବା ପାଇଁ ୬ କୋଟିର ବଜେଟ

ପ୍ରତିବର୍ଷ ଫେବୃଆରୀରୁ ଜୁନ ମାସ ମଧ୍ୟରେ ଓଡ଼ିଶାର ଜଙ୍ଗଲ ଗୁଡ଼ିକରେ ନିଆଁ ଲାଗିଥାଏ । ୨୦୧୭-୧୮ ବର୍ଷରେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ୩୧ ହଜାର ୬୮୦ଟି ସ୍ଥାନରେ ଜଙ୍ଗଲ ନିଆଁ ଦେଖିବାକୁ ମିଳିଥିଲା । ୨୦୧୯ରେ ବନାଗ୍ନିକୁ ନିୟନ୍ତ୍ରଣରେ ରଖିବା ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ବାବଦକୁ ୪ କୋଟି ୬୭ ଲକ୍ଷ ଟଙ୍କା ବ୍ୟୟ ବରାଦ କରିଛନ୍ତି । ଏଥି ସହ ଆଦିବାସୀ ଉପଯୋଜନା ଅର୍ଥରୁ ୮୩ ଲକ୍ଷ ୯୯ ହଜାର ଓ ସିଏସପିଏସରୁ ସ୍ୱତନ୍ତ୍ର ଭାବେ ୧କୋଟି ୨୪ ଲକ୍ଷ ଏପରି ପାଖାପାଖି ୬ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି ।

ଜଙ୍ଗଲ ନିଆଁ ସମ୍ପର୍କରେ ସୂଚନା ଆଦାନପ୍ରଦାନ ପାଇଁ ପ୍ରତି ୪ ଘଣ୍ଟାରେ ସାଟେଲାଇଟରେ ଜଙ୍ଗଲ ନିଆଁର ତଥ୍ୟ ଆସୁଛି । ସମସ୍ତ ବନ କର୍ମଚାରୀଙ୍କୁ ଆଣ୍ଡ୍ରଏଡ଼ ଫୋନ ଦିଆଯାଇଛି ଏବଂ ଜଙ୍ଗଲ ନିଆଁର ଫୋଟ ଅପଲୋଡ଼ କରିବା ପାଇଁ ସେମାନଙ୍କୁ କୁହାଯାଇଛି । ସାଟେଲାଇଟରେ ବନାଗ୍ନି ଓ କେଉଁ ଅଂଚଳରେ ଲାଗିଛି ସୂଚନା ଆସିବା ପରେ ବନ କର୍ମଚାରୀମାନେ ସେଠାରେ ପହଂଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହେବାକୁ କୁହାଯାଇଛି । ସୂଚନା ଯୋଗ୍ୟ ଯେ ପ୍ରତିବର୍ଷ କୋଟି କୋଟି ଟଙ୍କାର ବନଜ ସମ୍ବଳ ପୋଡ଼ି ଯାଉଥିବାବେଳେ ତୃଣମୂଳ ସ୍ତରରେ ନିଆଁ ସହ ସଂଘର୍ଷ କରିବା ପାଇଁ ନା ଅଛନ୍ତି ଆବଶ୍ୟକୀୟ କର୍ମଚାରୀ ନା ରହିଛି ଅତ୍ୟାଧୁନିକ ଯନ୍ତ୍ରପାତି । ପାରମ୍ପରିକ ଉପାୟରେ ଗ୍ରାମବାସୀଙ୍କ ସହଯୋଗରେ ବନ ବିଭାଗ ଏବେ ବି ଜଙ୍ଗଲ ନିଆଁ ସହ ଲଢୁଛି ।

16/04/2019

Leave a Reply

Your email address will not be published. Required fields are marked *

Comments