Bikash Khabar
ଭୁବନେଶ୍ୱରରେ ହେବ ୬୦ଟି ସଂକ୍ରମଣ ଶୂନ୍ୟ ଅଟୋମେଟିକ ଇ-ଟଏଲେଟ

 ସ୍ୱାସ୍ଥ୍ୟସେବା ଓ ପରିମଳ କ୍ଷେତ୍ରରେ ସ୍ମାର୍ଟ ସିଟିର ମାନବୃଦ୍ଧି କରିବା ଆଭିମୁଖ୍ୟ ନେଇ ବିଏମସି ପକ୍ଷରୁ ବିଭିନ୍ନ ସ୍ଥାନରେ ଅଣ୍ଡରଗ୍ରାଉଣ୍ଡ ଡ଼ଷ୍ଟବିନ୍ ବ୍ୟବସ୍ଥା ପ୍ରଚଳନ ହେବା ସାଙ୍ଗକୁ ୬୦ଟି ଆଧୁନିକ ପାଇଖାନା ନିର୍ମାଣ କରାଯିବା ନେଇ ନିଷ୍ପତ୍ତି ହୋଇଛି ।

ସହରର ୩୦ ସ୍ଥାନରେ ନିର୍ମାଣ ହେବାକୁ ଥିବା ମୋଟ ୬୦ଟି ପାଇଖାନା ମଧ୍ୟରୁ ୩୦ଟି ପୁରୁଷଙ୍କ ପାଇଁ ଓ ବାକି ୩୦ଟି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ । ଗୋଟିଏ ସ୍ଥାନରେ ପୁରୁଷ ଓ ମହିଳାଙ୍କ ଏହି ସୁବିଧା ଉପଲବ୍ଧ କରାଯିବ । ନିର୍ମାଣ ହେବାକୁ ଥିବା ୬୦ଟି ଶୌଚାଳୟ ମଧ୍ୟରୁ ୨୦ଟି ଅଟୋମେଟିକ ଓ ୪୦ଟି ସେମି ଅଟୋମେଟିକ ସଫେଇ ସୁବିଧା ରହିଛି । ଏହା ସଂକ୍ରମଣ ଶୂନ୍ୟ । ଅଟୋମେଟିକ ଶୌଚାଳୟ ଗୁଡ଼ିକରେ କାର୍ଡ଼ ମାଧ୍ୟମରେ ପ୍ରବେଶ କରିବାକୁ ପଡ଼ିବ । ଏହାର ବ୍ୟବହାର ପାଇଁ ନିର୍ଦ୍ଦିଷ୍ଟ ବ୍ୟବହାର ଦେୟ ଲାଗୁ କରାଯିବ । ସେମି ଅଟୋମେଟିକ ଶୌଚାଳୟ ଗୁଡ଼ିକରେ ସର୍ବସାଧାରଣଙ୍କ ପ୍ରବେଶ ସୁବିଧା ରହିବ । 

05/09/2018

Leave a Reply

Your email address will not be published. Required fields are marked *

Comments