Bikash Khabar
ଲଜ୍ଜା : ୫ ବର୍ଷରେ ବଢିଛି ୬୮୬ ପ୍ରତିଶତ ଶିଶୁ ନିର୍ଯ୍ୟାତନା

୨୦୧୨ରେ ଶିଶୁଙ୍କ ବିରୋଧରେ ୪୧୮ଟି ମାମଲା ଦାଏର ହୋଇଥିଲା । ୨୦୧୬ ବେଳକୁ ଏହି ସଂଖ୍ୟା ୩୨୮୬ରେ ପହଂଚିଛି । ଓଡ଼ିଶାରେ ମହିଳା ଓ ଶିଶୁ ଦିନକୁ ଦିନ ଅସୁରକ୍ଷିତ ହୋଇ ପଡ଼ୁଥିବାବେଳେ ୧୯ ବର୍ଷ ଧରି କ୍ଷମତାରେ ଥିବା ରାଜ୍ୟସରକାର ମହିଳା ସଶକ୍ତିକରଣ ଦିଗରେ ଓଡ଼ିଶା ଏକ ମଡ଼େଲ ରାଜ୍ୟ ବୋଲି ପ୍ରଚାର ପ୍ରସାର କରିବାରେ ଲାଗିଛନ୍ତି । ରାଜ୍ୟରେ ମହିଳା ବିରୋଧୀ ଅପରାଧ ଓ ଯୌନ ହିଂସା ୪୯ ପ୍ରତିଶତ ବଢିଛି । ୨୦୧୨ରେ ୧୧,୯୮୮ରୁ ବୃଦ୍ଧି ପାଇ ୨୦୧୬ରେ ଏହା ୧୭,୮୩୭ରେ ପହଂଚିଛି ।

କେବଳ ଓଡ଼ିଶାରେ ବିଗତ ୫ ବର୍ଷ ମଧ୍ୟରେ ଶିଶୁଙ୍କ ବିରୋଧରେ ୧୦,୭୪୮ ଏବଂ ମହିଳାଙ୍କ ବିରୋଧରେ ୭୫,୭୪୮ ଅପରାଧ ରେକର୍ଡ଼ କରାଯାଇଛି । ଏହା ମଧ୍ୟରେ ବଳାତ୍କାର, ଗଣ ବଳାତ୍କାର, ମାନବ ଚାଲାଣ, ଯୌତୁକ ହିଂସା, ଅପହରଣ, ଶାରୀରିକ ଓ ମାନସିକ ନିର୍ଯ୍ୟାତନା, ଏସିଡ଼୍ ଆକ୍ରମଣ ଭଳି ମାମଲା ରହିଛି । ରାଜ୍ୟରେ ୧୪ରୁ ୫୯ ବର୍ଷ ମଧ୍ୟରେ ୩୫.୨ ପ୍ରତିଶତ ମହିଳା ନିଜ ସ୍ୱାମୀଙ୍କ ଦ୍ୱାରା ହିଂସାର ଶିକାର ହେଉଛନ୍ତି । ମହିଳା ହିଂସା ମାମଲାରେ ଓଡ଼ିଶା ଦେଶର ୭ମ ସ୍ଥାନରେ ରହିଛି ।
ଶୋଷିତ ଶୈଶବ
ଶିଶୁ ନିର୍ଯ୍ୟାତନା ଘଟଣାରେ ଓଡ଼ିଶା ଦ୍ୱାଦଶ ସ୍ଥାନରେ ରହିଛି । ୫ ବର୍ଷ ମଧ୍ୟରେ ହୋଇଥିବା ୧୦ ହଜାରରୁ ଅଧିକ ମାମଲା ମଧ୍ୟରେ ଅଧିକାଂଶ ଶିଶୁ ଅପହରଣ, ଦୁଷ୍କର୍ମ ଘଟଣା ରହିଛି । ଶିଶୁ ଅପରାଧ କ୍ଷେତ୍ରରେ ଦୋଷୀମାନେ ଖସିଯିବା ହାର ମଧ୍ୟ ଅଧିକ ରହିଛି । ଦୋଷୀ ସାବ୍ୟସ୍ତ ହାର ୯.୨ ପ୍ରତିଶତ ଥିବା ଡ଼ିଗନିଟି ମାର୍ଚ୍ଚ ନାମକ ଏକ ସଂଗଠନ ପକ୍ଷରୁ କୁହାଯାଇଛି ।

16/01/2019

Leave a Reply

Your email address will not be published. Required fields are marked *

Comments