Bikash Khabar
ଗିିନିଜ ୱାଲ୍ଡ ରେକର୍ଡ଼, ଘରୋଇ ବସରେ ବୁଲି ୧୨ ଘଣ୍ଟାରେ ଦେଖିଲେ ୭ ଐତିହ୍ୟ ସ୍ଥଳ

 ଗିନିଜ ୱାଲ୍ଡ ରେକର୍ଡ଼ ପାଇଁ ୟୁନେସ୍କା ଇଣ୍ଡିଆ ସହିତ ଜଡ଼ିତ ଏକ ଦଳ ଘରୋଇ ବସରେ ଦେଶର ୭ଟି ଚର୍ଚ୍ଚିତ ଐତିହ୍ୟସ୍ଥଳର ଯାତ୍ରା ୧୨ ଘଣ୍ଟା ମଧ୍ୟରେ କରିଥିବା ଜଣାଯାଇଛି । ୟୁନୋସ୍କୋ ଇଣ୍ଡିଆ ଟିମ୍ ସହ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ସୂଚନା ଦିଆଯାଇଛି ।

ଉପମୁଖ୍ୟମନ୍ତ୍ରୀ ସିସୋଦିଆ କହିଛନ୍ତି ଯେ ୟୁନୋସ୍କୋ ଇଣ୍ଡିଆର ଏହି ଦଳରେ ପାଂଚ ଜଣ ଶିଶୁ, ପାଂଚ ଜଣ ମହିଳା ଓ ୧୨ ଜଣ ପୁରୁଷ ସାମିଲ ଥିଲେ । ଯେଉଁମାନେ ଦିଲ୍ଲୀ, ଆନ୍ଧ୍ର ଓ ତେଲେଙ୍ଗାନାର ନିବାସୀ ଏହି ୨୨ ଜଣିଆ ଦଳ ଘରୋଇ ଗାଡ଼ିରେ ୧୧ ଘଣ୍ଟା ୩୩ ମିନିଟରେ ୭ଟି ଐତିହ୍ୟ ସ୍ଥଳ ପରିଭ୍ରମଣ କରିପାରିଛନ୍ତି । ଏହି ଯାତ୍ରା ଆଗ୍ରାରୁ ଆରମ୍ଭ ହୋଇ କୁତବମିନାରରେ ସରିଥିଲା ।

ଘରୋଇ ବସ୍ ପ୍ରତି ଲୋକଙ୍କ ମନରେ ଥିବା ଆଶଙ୍କାକୁ କମାଇବା ପାଇଁ ଏଭଳି ଏକ ଯାତ୍ରାର ଆଭିମୁଖ୍ୟ ଥିଲା ବୋଲି କହନ୍ତି ଟିମ୍ ଲିଡ଼ର ସୁରେଶ । ଆମ ଟିମରେ ୫ବର୍ଷରୁ ୪୫ ବର୍ଷର ବ୍ୟକ୍ତି ସାମିଲ ଥିଲେ । ଶିଶୁ ଓ ମହିଳାଙ୍କ ପାଇଁ ପବ୍ଲିକ ଟ୍ରାନ୍ସପୋର୍ଟ କେବେ ବି ବିପଦ ସଙ୍କୁଳ ନୁହେଁ ଆମେ ଏହି ବାର୍ତ୍ତା ଦେଇଛୁ ବୋଲି ସେ କହିଥିଲେ । ଦିଲ୍ଲୀ ବାସୀ ଘରୋଇ ବସରେ ଅଧିକରୁ ଅଧିକ ସଂଖ୍ୟକ ଯାତ୍ରା କଲେ ଦିଲ୍ଲୀ ପ୍ରଦୂଷଣକୁ ହ୍ରାସ କରିହେବ ବୋଲି ସୁରେଶ କହନ୍ତି । 

10/07/2018

Leave a Reply

Your email address will not be published. Required fields are marked *

Comments