Bikash Khabar
୧୯ ଜିଲ୍ଲା ପରେ ଏବେ ଆଉ ୭ ଜିଲ୍ଲାରେ ଖୁବଶିଘ୍ର ଡ଼ାୟାଲିିସିସ୍

ରାଜ୍ୟରେ ଏବେ ୧୯ ଜିଲ୍ଲାରେ ଡ଼ାୟାଲିସିସ୍ ୟୁନିଟ୍ ରହିଥିବାବେଳେ ଖୁବଶିଘ୍ର ଆଉ ୭ ଜିଲ୍ଲାରେ ଏଭଳି ୟୁନିଟ୍ ଆରମ୍ଭ ହେବ । କିଡ଼ନୀ ରୋଗୀଙ୍କ ମାଗଣା ଡ଼ାୟାଲିସିସ୍ ପାଇଁ ସରକାର ସହାୟ ଯୋଜନା ଆରମ୍ଭ କରିଛନ୍ତି । ରାଜ୍ୟରେ ଏବେ ୧୯ ଜିଲ୍ଲାରେ ଡ଼ାୟାଲିସିସ୍ ୟୁନିଟ୍ କାମ କରୁଛି । କ୍ୟାପିଟାଲ ହସ୍ପିଟାଲ, ଅନୁଗୁଳ, ବାଲେଶ୍ୱର, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, ଢେଙ୍କାନାଳ, କଳାହାଣ୍ଡି, ନୁଆପଡ଼ା, କେନ୍ଦୁଝର, କୋରାପୁଟ, ନୟାଗଡ଼, ପୁରୀ, ରାୟଗଡ଼ା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟ ସହ ନରସିଂହପୁର ସିଏଚସିରେ ଡ଼ାୟାଲିସିସ୍ ସୁବିଧା ଉପଲବ୍ଧ କରାଯାଇଛି । ଚଳିତ ବର୍ଷ ଡ଼ିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା କିଡ଼ନୀ ରୋଗୀଙ୍କର ୨୮ ହଜାର ୬୬୫ ଥର ଡ଼ାୟାଲିସିସ୍ ହୋଇଛି । କେଉଁ ରୋଗୀଙ୍କର ସପ୍ତାହକୁ ଥରେ ତ ଆଉ କେତେଙ୍କର ସପ୍ତାହକୁ ୩ ଥର ଡ଼ାୟାଲିସିସ୍ ହୋଇଥିବାରୁ ଏହି ସଂଖ୍ୟା ବଢୁଛି ।

କିଡ଼ନୀ ରୋଗୀମାନେ ବାରମ୍ବାର ଡ଼ାୟାଲିସିସ୍ କରିବାକୁ ପଡ଼ୁଥିବାରୁ ଖର୍ଚ୍ଚାନ୍ତ ହେଉଥିଲେ । ସପ୍ତାହକୁ ତିନିଥର ଡ଼ାୟାଲିସିସ୍ ବାବଦକୁ ରାଜଧାନୀର ଘରୋଇ ହସ୍ପିଟାଲ ଗୁଡ଼ିକ ମାସକୁ ୩୦ରୁ ୩୬ ହଜାର ଟଙ୍କା ଯାଏ ଫିସ୍ ନେଉଥିଲେ । ଏବେ ଗରିବ ରୋଗୀମାନେ ସରକାରୀ ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ପାଉଛନ୍ତି । 
 

15/12/2018

Leave a Reply

Your email address will not be published. Required fields are marked *

Comments