Bikash Khabar
କେରଳ, ରିଲିଫ କାର୍ଯ୍ୟରେ ନିଃସ୍ୱାର୍ଥପର ସେବା କରୁଛନ୍ତି ପଞ୍ଜାବର ଏହି ୭ ଛାତ୍ର

 କେରଳରେ ଯେଉଁ ପ୍ରଳୟଙ୍କରୀ ବନ୍ୟା ଆସିଲା ସେଥିରୁ ଲୋକଙ୍କୁ ସହାୟତା କରିବା ପାଇଁ ଦେଶର କୋଣ ଅନୁକୋଣରୁ ସହାୟତାର ହାତ ଛୁଟିଛି । ଯିଏ ଯେମିତି ପାରିଲା ସହାୟତା ଦେବାରେ ଲାଗି ପଡ଼ିଛନ୍ତି । ଏଭଳି ପରିସ୍ଥିତିରେ ପଞ୍ଜାବର ୭ଜଣ ଛାତ୍ରଙ୍କ ଶ୍ରମକୁ ସଲାମ କରିଛନ୍ତି ବନ୍ୟା ଦୁର୍ଗତ । ଏହି ସାତ ଜଣ ଛାତ୍ର ମିଶି ଏକ ସଂସ୍ଥା ଗଢିଛନ୍ତି । ତାର ନାମ ଦେଇଛନ୍ତି ଇନିସିଏଟର୍ସ ଅଫ ଚେଞ୍ଜ ବା ପରିବର୍ତ୍ତନର ପଦକ୍ଷେପ ।

ଏହି ୭ଜଣ ଛାତ୍ର ଗତ ଅଗଷ୍ଟ ୨୯ ତାରିଖ ଠାରୁ ଅଲପୁଝା ଜିଲ୍ଲାରେ ବିଭିନ୍ନ ଘର ଓ ସ୍କୁଲ ସଫେଇରେ ଲାଗି ପଡ଼ିଛନ୍ତି । ସ୍ଥାନୀୟ ସାଂସଦ ଶଶି ଥରୁରଙ୍କ ସହ ଯୋଗାଯୋଗ କରି ରାସନ ସାମଗ୍ରୀମାନ ବିତରଣ କରୁଛନ୍ତି । ଇନିସିଏଟର୍ସ ଅଫ ଚେଞ୍ଜର ମୁଖ୍ୟ ୨୨ ବର୍ଷିୟ ଗୌରବ ଦୀପଙ୍କ ସୂଚନା ଅନୁଯାୟୀ ସେମାନେ ୬ଟି ସ୍କୁଲ ସଫା କରିବା ସହିତ ୧୦୦ ପରିବାର ନିକଟରେ ରାସନ ସାମଗ୍ରୀ ପହଂଚାଇଛନ୍ତି । ୨୦୧୮ରେ ଜାତୀୟ ଯୁବ ପୁରସ୍କାର ଏହି ସଂଗଠନକୁ ଦିଆଯାଇଛି । ପଞ୍ଜାବରେ ସାଂସ୍କୃତିକ କାର୍ଯ୍ୟକ୍ରମ କରି ଏମାନେ କେରଳ ପାଇଁ ତିନି ଟ୍ରକ ଖାଦ୍ୟ ସାମଗ୍ରୀ ଯୋଗାଡ଼ କରିଥିବା  ଜଣାପଡ଼ିଛି । ଏକ ଘରୋଇ ବିମାନ କମ୍ପାନୀ ଏମାନଙ୍କର ଯାତାୟତ ଖର୍ଚ୍ଚ ବହନ କରିଛି । ୟଙ୍ଗ ରୁଟସ ନାମକ ଛୋଟ ଏକ ସଂଗଠନ ଏମାନଙ୍କ ସହ ଯୋଡ଼ି ହୋଇଛି । ଏହି ଟିମରେ ଲୁଧିୟାନାର କରଣ ଅନେଜା, କାର୍ତ୍ତିକ ନାରଙ୍ଗ, ଯଶସ୍ୱି ଗୋସ୍ୱାମୀ, ଦୀପକ ରାଜନ ଏବଂ ପାଟିୟାଲାର ନିତିଶ ସୋନୀ ଏବଂ ମେହୁଲ ନାରଙ୍ଗ ଅଛନ୍ତି । 

05/09/2018

Leave a Reply

Your email address will not be published. Required fields are marked *

Comments