Bikash Khabar
୭୦% ଷ୍ଟାର୍ଟଅପ୍‌ ପ୍ରଭାବିତ, ୧୨%ରେ ତାଲା

କରୋନା ମହାମାରୀ ଭାରତୀୟ ବ୍ୟବସାୟ କ୍ଷେତ୍ରରେ ଗୁରୁତର ପ୍ରଭାବ ପକାଇଛି। ବିଶେଷକରି ଲଘୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ(ଏମ୍ଏସ୍ଏମ୍) ଏବଂ ଷ୍ଟାଟ୍ଅପ କ୍ଷେତ୍ରରେ ଏହାର ପ୍ରଭାବ ଅଧିକ ମାତ୍ରାରେ ଦେଖିବାକୁ ମିଳିଛି। ଲକ୍ଡାଉନ ସମୟରେ ଦେଶର ପ୍ରାୟ ୭୦% ଷ୍ଟାର୍ଟଅପ୍ପ୍ରଭାବିତ ହୋଇଥିବାବେଳେ ୧୨% ଷ୍ଟାର୍ଟଅପ୍ରେ ତାଲା ଝୁଲୁଛି ବୋଲି ନିକଟରେ ଏଫ୍ଆଇସିସିଆଇ ଏବଂ ଇଣ୍ଡିଆନ ଆଞ୍ଜେଲ ନେଟଓ୍ବର୍କ ପକ୍ଷରୁ କରାଯାଇଥିବା ଏକ ମିଳିତ ସର୍ଭେରୁ ଜଣାପଡ଼ିଛି। ଅନୁକୁଳ ବ୍ୟବସାୟିକ ପରିବେଶର ଅନିଶ୍ଚିତତା ସରକାରୀ ଏବଂ କର୍ପୋରେଟ ସଂସ୍ଥାଗୁଡ଼ିକୁ ଅବାଞ୍ଛତ୍ତ ଗୁରୁତ୍ୱ ଦିଆଯିବା କାରଣରୁ ଅନେକ ଷ୍ଟାର୍ଟଅପ୍ଏବେ ନିଜର ସ୍ଥିତି ବଜାୟ ରଖିବା ପାଇଁ ସଂଘର୍ଷ କରୁଛନ୍ତି। କୋଭିଡ୍‌-୧୯ର ପ୍ରଭାବ ଓଡ଼ିଶା ଷ୍ଟାର୍ଟଅପ୍ମାର୍କେଟରେ ମଧ୍ୟ ବିଶେଷ ଭାବେ ପଡ଼ିଥିବା ଜଣାପଡ଼ିଛି। ଓଡ଼ିଶାରେ ପ୍ରାୟ ହଜାର ପଞ୍ଜୀକୃତ ଷ୍ଟାର୍ଟଅପ୍ଅଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୬୦୦ଟି କାର୍ଯ୍ୟକ୍ଷମ ଅବସ୍ଥାରେ ରହିଛି। ହେଲେ କୋଭିଡ୍‌-୧୯ ଏବଂ ଲକ୍ଡାଉନ୍ପାଇଁ ପ୍ରାୟ ୯୦% ଷ୍ଟାର୍ଟଅପ୍ଏବେ ଡିଫଲ୍ଟରେ ଚାଲିଛନ୍ତି। ଫଣ୍ଡିଂ ଏବଂ ସରକାରୀ ସହାୟତା ଅଭାବରୁ ଆଉ କିଛିଦିନ ମଧ୍ୟରେ ସେଗୁଡ଼ିକ ସବୁଦିନ ପାଇଁ ବନ୍ଦ ହୋଇଯିବ ବୋଲି ଆଶଙ୍କା କରାଯାଉଛି। ରାଜ୍ୟରେ ମାତ୍ର ୧୦% ଷ୍ଟାର୍ଟଅପ୍ଲକ୍ଡାଉନ୍ରେ କଷ୍ଟେମଷ୍ଟେ ଚାଲିବାରେ ସମର୍ଥ ହୋଇଛନ୍ତି କେନ୍ଦ୍ର ସରକାର ଏମ୍ଏସ୍ଏମ୍ ଏବଂ ଷ୍ଟାର୍ଟଅପ୍ସେକ୍ଟର ପାଇଁ ଯେଉଁ ପ୍ୟାକେଜ୍ଘୋଷଣା କରିଥିଲେ ତାହା କେବଳ ଓ୍ବାର୍କିଂ କ୍ୟାପିଟାଲ ଲୋନ୍ବା କ୍ୟାଶ୍କ୍ରେଡିଟ୍ଆକାଉଣ୍ଟ ଥିବା ଷ୍ଟାର୍ଟଅପ୍ଗୁଡ଼ିକ ପାଇଁ ଉଦ୍ଦିଷ୍ଟ। ହେଲେ ଓଡ଼ିଶାରେ ଓ୍ବାର୍କିଂ କ୍ୟାପିଟାଲ ଲୋନ୍ଥିବା ଷ୍ଟାର୍ଟଅପ୍ସଂଖ୍ୟା ବହୁତ କମ୍ ତେଣୁ ଓଡ଼ିଶାର ଷ୍ଟାର୍ଟଅପ୍କିମ୍ବା ଏମ୍ଏସ୍ଏମ୍ କେନ୍ଦ୍ର ସରକାରଙ୍କ ପ୍ୟାକେଜ୍ଦ୍ୱାରା ଲାଭବାନ୍ହେଉନାହାନ୍ତି। ଲକ୍ଡାଉନ୍ପରଠାରୁ ଏହାମଧ୍ୟରେ ବହୁ ଛୋଟ ଛୋଟ ଷ୍ଟାର୍ଟଅପ୍ବନ୍ଦ ହୋଇଗଲାଣି। ବିଶେଷକରି ଟୁରିଜମ୍, -କମର୍ସ, -ଲର୍ଣ୍ଣିଂ ସେକ୍ଟରରେ କାମ କରୁଥିବା ରାଜ୍ୟର ବହୁ ଷ୍ଟାର୍ଟଅପ୍ଅବସ୍ଥା ଖରାପ ହୋଇପଡ଼ିଛି। -କମର୍ସ ଷ୍ଟାର୍ଟଅପ୍ସବୁଠାରୁ ଅଧିକ ରହିଥିବା ବେଳେ ସେଗୁଡ଼ିକ ଏବେ ବନ୍ଦ ହେବା ଅବସ୍ଥାରେ ରହିଛି। ଏଭଳିସ୍ଥଳେ ରାଜ୍ୟ ସରକାରଙ୍କ ଷ୍ଟାର୍ଟଅପ୍ନୀତି ସମ୍ପୂର୍ଣ୍ଣ ମୂଲ୍ୟହୀନ। 'ଷ୍ଟାର୍ଟଅପ୍ଓଡ଼ିଶା' ଏକ ଫାର୍ସ ଏବଂ ଷ୍ଟାର୍ଟଅପ୍ସେଲ୍ରେ ବସିଥିବା ବଡ଼ ବଡ଼ ଅଫିସରମାନେ କେବଳ ସରକାରଙ୍କଠାରୁ ମୋଟା ଅଙ୍କର ଦରମା ନେବାରେ ବ୍ୟସ୍ତ। ଛୋଟ ଛୋଟ ଷ୍ଟାର୍ଟଅପ୍ଗୁଡ଼ିକର କିଭଳି ପୁନରୁଦ୍ଧାର କରିହେବ ସେନେଇ ନା କୌଣସି ଯୋଜନା କରାଯାଉଛି ନା ଆମକୁ କେହି ପଚାରୁଛନ୍ତି ବୋଲି ଓଡ଼ିଶା ଆସେମ୍ବ୍ଲି ଅଫ୍ସ୍ମଲ୍ଆଣ୍ଡ୍ମିଡିୟମ୍ଏଣ୍ଟରପ୍ରାଇଜେସ୍ ମହାସଚିବ ସାତ୍ତ୍ୱିକ ସ୍ବାଇଁ କହିଛନ୍ତି।କୋଭିଡ-୧୯ ପ୍ରଭାବରେ ଦେଶର ବ୍ୟବସାୟିକ ଜଗତରେ ଦେଖାଦେଇଥିବା ମାନ୍ଦାବସ୍ଥା ସମ୍ପର୍କରେ ଜାଣିବା ପାଇଁ ଦେଶବ୍ୟାପୀ ୨୫୦ ଷ୍ଟାର୍ଟଅପ୍ସମ୍ପର୍କରେ ଏକ ସର୍ଭେ କରାଯାଇଥିଲା। ଏଥିରେ ୭୦% ଅଂଶଗ୍ରହଣକାରୀ ସେମାନଙ୍କ ବ୍ୟବସାୟ ବିଶେଷଭାବେ ପ୍ରଭାବିତ ହୋଇଥିବା କହିଥିବାବେଳେ ୧୨% ଷ୍ଟାର୍ଟଅପ୍ସେମାନଙ୍କ କାର୍ଯ୍ୟ ବନ୍ଦ କରିଦେଇଛନ୍ତି ବୋଲି କହିଛନ୍ତି। ଏପରି କି କେବଳ ୨୨% ଷ୍ଟାର୍ଟଅପ୍କେବଳ ଆସନ୍ତା ରୁ ୬ମାସ ପର୍ଯ୍ୟନ୍ତ ସେମାନଙ୍କ କମ୍ପାନୀର ଆର୍ଥିକ ପରିଚାଳନା କରିବା ପାଇଁ ସକ୍ଷମ ଥିବାବେଳେ ୬୮% ସେମାନଙ୍କ କାର୍ଯ୍ୟକ୍ଷମ ଏବଂ ପ୍ରଶାସନିକ ଖର୍ଚ୍ଚ କାଟ କରିଛନ୍ତି। ଲକ୍ଡାଉନର ସମୟସୀମା ବୃଦ୍ଧି ପାଉଥିବା କାରଣରୁ ପ୍ରାୟ ୩୦% କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ସେହିପରି ୪୩% ଷ୍ଟାର୍ଟଅପ୍କମ୍ପାନୀ ଏପ୍ରିଲ ଜୁନ୍ମାସରୁ ସେମାନଙ୍କ କର୍ମଚାରୀଙ୍କ ଦରମା ୨୦ ରୁ ୩୦% କାଟ କରିଛନ୍ତି। ୩୩% ରୁ ଊର୍ଦ୍ଧ୍ୱ ଷ୍ଟାର୍ଟଅପ୍କମ୍ପାନୀମତରେ ନିବେଶକମାନେ ପୁଞ୍ଜିନିବେଶ କରିବା ନିମନ୍ତେ ନିଷ୍ପତ୍ତିକୁ ସ୍ଥଗିତ କରିଥିବାବେଳେ ମାତ୍ର ୧୦% ସେମାନଙ୍କ କାରବାରକୁ ବନ୍ଦ କରିଦେଇଛନ୍ତି। କୋଭିଡ୍‌-୧୯ ମହାମାରୀ ପୂର୍ବରୁ ପୁଞ୍ଜି ବିନିଯୋଗ ଚୁକ୍ତି ହୋଇଥିବା ମାତ୍ର % ଷ୍ଟାର୍ଟଅପ୍ସେମାନଙ୍କ ପାଣ୍ଠି ଏବେ ସୁଦ୍ଧା ପାଉଛନ୍ତି ବୋଲି ସର୍ଭେରୁ ଜଣାପଡ଼ିଛି।

06/07/2020

Leave a Reply

Your email address will not be published. Required fields are marked *

Comments