Bikash Khabar
ଖୁବ୍ ଶିଘ୍ର ବଜାରକୁ ଆସିବ ୭୫ ଟଙ୍କିଆ ମୁଦ୍ରା

ଏବେ ପ୍ରଥମ ଥର ପାଇଁ ସରକାର ୭୫ ଟଙ୍କିଆ ମୁଦ୍ରାର ପ୍ରଚଳନ ପାଇଁ ପ୍ରୟାସ କରୁଛନ୍ତି । ଆଣ୍ଡାମାନ ନିକୋବରର ରାଜଧାନୀ ପୋର୍ଟ ବ୍ଲେୟାରରେ ନେତାଜୀ ସୁଭାଷ ବୋଷ ପ୍ରଥମ ଥର ଲାଗି ତ୍ରିରଙ୍ଗା ଉଡ଼ାଇବାର ୭୫ ବର୍ଷ ପୂର୍ତ୍ତି ଅବସରରେ ସ୍ମାରକୀ ମୁଦ୍ରା ଜାରି କରିବାକୁ ସରକାର ଘୋଷଣା କରିଛନ୍ତି ।

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି  । ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ୭୫ ଟଙ୍କିଆ ମୁଦ୍ରାର ଓଜନ ୩୫ ଗ୍ରାମ ହେବ । ଏଥିରେ ୫୦ ପ୍ରତିଶତ ରୂପା, ୪୦ ପ୍ରତିଶତ ତମ୍ବା ଓ ୫ ପ୍ରତିଶତ ନିକେଲ ଓ ଜିଙ୍କ ଧାତୁ ବ୍ୟବହାର କରାଯିବ । ମୁଦ୍ରା ଉପରେ ସେଲୁଲାର ଜେଲ ପଛରେ ତ୍ରିରଙ୍ଗାକୁ ସଲାମ କରୁଥିବା ନେତାଜୀ ସୁବାଷ ବୋଷଙ୍କ ଚିତ୍ର ଦେଖିବାକୁ ମିଳିବ । ଉକ୍ତ ଚିତ୍ର ତଳେ ୭୫ ଅଙ୍କ ରହିବ ଯାହା ୭୫ ତମ ବର୍ଷ ପୂର୍ତ୍ତିକୁ ସୂଚାଇବ । ମୁଦ୍ରାରେ ଦେବନାଗରୀ ଓ ଇଂରାଜୀରେ ପ୍ରଥମ ଧ୍ୱଜାରୋହଣ ଦିବସ ଲେଖା ରହିବ । 
 

15/11/2018

Leave a Reply

Your email address will not be published. Required fields are marked *

Comments