Bikash Khabar
ଚିନ୍ତାଜନକ, ୭୭ ପ୍ରତିଶତ ଶିକ୍ଷକ ଫେଲ

ଦିଲ୍ଲୀର ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢୁଥିବା ଶିକ୍ଷକ ନିଜେ ପରୀକ୍ଷାରେ ଚିତପଟାଙ୍ଗ ମାରୁଥିବା ଭଳି ଖବର ଚିନ୍ତା ବଢାଇଛି । ଏହି ସ୍କୁଲ ଗୁଡ଼ିକରେ ପଢାଉଥିବା ଅତିଥି ଶିକ୍ଷକମାନଙ୍କ ମଧ୍ୟରୁ ୭୭.୫ ପ୍ରତିଶତ ନିଯୁକ୍ତି ପରୀକ୍ଷାରେ ସର୍ବନିମ୍ନ ଅଙ୍କ ବି ପାଇନାହାନ୍ତି । ଦିଲ୍ଲୀ ଅଧିନସ୍ଥ ସର୍ଭିସ ସିଲେକ୍ସନ ବୋର୍ଡ଼ ହାଇକୋର୍ଟରେ ଶପଥ ପାଠ ଦାଖଲ କରି ଏକଥା କହିଛି ।

ଏହା ସତ୍ୱେ ବି ଦିଲ୍ଲୀ ସରକାର ଏହି ଅତିଥି ଶିକ୍ଷକମାନଙ୍କ ସେବା ଆଉ ୬ ମାସ ବୃଦ୍ଧି ପାଇଁ ନିବେଦନ କରିଛନ୍ତି । ଦିଲ୍ଲୀ ସର୍ଭିସ ସିଲେକ୍ସନ ବୋର୍ଡ଼ ସୂଚାଇଛି କି ନିୟମିତ ଶିକ୍ଷକ ଭାବେ ନିଯୁକ୍ତି ପାଇଁ ଆୟୋଜିତ ପରୀକ୍ଷାରେ ୨୧,୧୩୫ ଅତିଥି ଶିକ୍ଷକଙ୍କ ମଧ୍ୟରୁ ୧୬,୩୮୩ (୭୭.୫ ପ୍ରତିଶତ) ଅତିଥି ଶିକ୍ଷକଙ୍କ ପାସ୍ ହେବା ପାଇଁ ସର୍ବନିମ୍ନ ଅଙ୍କ ମଧ୍ୟ ଆଣି ପାରିନାହାନ୍ତି । ୨୦୧୯-୨୦ ଶିକ୍ଷାବର୍ଷ ଆରମ୍ଭ ହେବା ସୁଦ୍ଧା ସରକାରୀ ସ୍କୁଲରେ ପ୍ରାୟ ୯,୯୫୬ ନିୟମିତ ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ପୁରା କରିବା ପାଇଁ ଯୋରଦାର ପ୍ରୟାସ ଚାଲିଛି । ଏଭଳି ସ୍ଥିତିରେ ଫେଲ ହୋଇଥିବା ଅତିଥି ଶିକ୍ଷକଙ୍କୁ ରଖାଯିବ କି ନାହିଁ ତାକୁ ନେଇ ଶିକ୍ଷା ବିଭାଗ କିଛି ନିଷ୍ପତ୍ତି ନେଇପାରୁନାହିଁ । ଗୁଣାତ୍ମକ ଶିକ୍ଷାକୁ ନେଇ ଡ଼ିଣ୍ଡିମ ପିଟୁଥିବା ଦିଲ୍ଲୀର ଆପ୍ ସରକାର ମଧ୍ୟ ଏ ଦିଗରେ ନୀରବ ରହିଛି । ଫେଲ ହୋଇଥିବା ଅତିଥି ଶିକ୍ଷକମାନେ ଏବେ ବି ସେମାନଙ୍କ ଶିକ୍ଷାଦାନ ଜାରୀ ରଖିଛନ୍ତି ।

01/03/2019

Leave a Reply

Your email address will not be published. Required fields are marked *

Comments