Bikash Khabar
୮୦୦ ଆଇଏଏସ ବୁଲିବେ ଗାଁ, ଯୋଜନାର ତଦାରଖ ପାଇଁ ଜଣଙ୍କ କାନ୍ଧରେ ୭୫ ଗାଁ ଦାୟିତ୍ୱ

 ଓଡ଼ିଶାରେ ୯ ଜିଲ୍ଲା ସହିତ ୧୧୭ ଜିଲ୍ଲାର ମୋଟ ୪୯,୧୭୮ଟି ଗ୍ରାମକୁ ତଦାରଖ କରିବେ ୮୦୦ ଆଇଏଏସ ଅଫିସର । ଜଣଙ୍କ ପିଚ୍ଛା ୭୫ଟି ଗ୍ରାମର ଭାର ପ୍ରଦାନ କରାଯାଇଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ବାସ୍ତବ କାର୍ଯ୍ୟକାରୀତା ହୋଇଛି କି ନାହିଁ ସେମାନେ ଅନୁଧ୍ୟାନ କରିବେ । କେନ୍ଦ୍ରସରକାରଙ୍କ ଅଧିନ ବିଭିନ୍ନ ବିଭାଗରେ ଉପଶାସନ ସଚିବ, ଅନୁ ଶାସନ ସଚିବ ଓ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ଏହି ଅଫିସରମାନେ ମୋଟ ଗ୍ରାମାଂଚଳର ୧୫ ପ୍ରତିଶତ ଗ୍ରାମକୁ ତଦାରଖ କରିବେ । ଜୁନ୍ ୧ରୁ ଏହି ଟାର୍ଗେଟ ଦିଆଯାଇଛି । ଅଗଷ୍ଟ ୧୫ ସୁଦ୍ଧା ଗାଁ ବୁଲା କାମ ସରିବ । ୨ରୁ ୪ଜଣିଆ ଆଇଏଏସ ଟିମ୍ ଗଠନ କରାଯାଇଛି । ଏହି ଟିମ୍ ହିତାଧିକାରୀଙ୍କ ସହ ସିଧା ସଳଖ କଥାବାର୍ତ୍ତା କରିବେ ।

ବିିଭିନ୍ନ ଯୋଜନାର ସମୀକ୍ଷା ସହ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବେ । ହିତାଧିକାରୀଙ୍କୁ ଗ୍ୟାସ ସଂଯୋଗ ବ୍ୟାଙ୍କ ଖାତା ଖୋଲିବା, ବିଜୁଳି ସଂଯୋଗ ଯୋଗାଇ ଦେବେ । କେନ୍ଦ୍ର ସରକାରଙ୍କ ଗ୍ରାମ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏହା ଏକ କାଳଜୟୀ ପଦକ୍ଷେପ ହୋଇଥିଲେ ହେଁ ଏହାକୁ କେତେକ ରାଜ୍ୟ ନିଜ ପ୍ରଭାବ ସଙ୍କୁଚିତ ହେବ ଆଶଙ୍କା କରି ବିରୋଧ କରୁଥିବା ଜଣାଯାଇଛି । 

08/07/2018

Leave a Reply

Your email address will not be published. Required fields are marked *

Comments