Bikash Khabar
କାରିଗର ସହାୟତା ଯୋଜନା, ୧ଲକ୍ଷରୁ କମ୍ ଆୟକାରୀ କାରୀଗରଙ୍କୁ ମିଳିବ ମାସିକ ୮୦୦ ଟଙ୍କା

ହସ୍ତଶିଳ୍ପ କାରିଗରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାରିଗର ସହାୟତା ଯୋଜନା ଘୋଷଣା କରିଛନ୍ତି । ହସ୍ତ ବାର୍ଷିକ ୧ଲକ୍ଷ ଟଙ୍କାରୁ କମ୍ ଆୟକାରୀ ବରିଷ୍ଠ କାରୀଗରମାନଙ୍କୁ ଏହି ଯୋଜନାରେ ମାସିକ ୮୦୦ ଟଙ୍କା ଲେଖାଏ ସହାୟତା ମିଳିବ । ୮୦ ବର୍ଷରୁ ଅଧିକ ବୟସ କ୍ଷେତ୍ରରେ ଏହି ପରିମାଣ ୧୦୦୦ ହେବ । ସର୍ବନିମ୍ନ ୧୦ ବର୍ଷ ଶିଳ୍ପୀଭାବେ କାମ କରିଥିଲେ ଜଣେ ଏହି ସହାୟତା ପାଇପାରିବେ । ହିତାଧିକାରୀ ଚୟନ ନିମନ୍ତେ ଜିଲ୍ଲା ସ୍ତରରେ ଏକ ଚୟନ କମିଟି ଗଠନ କରାଯିବ । ହିତାଧିକାରୀ ମନୋନୟନ ପରେ ବିଡ଼ିଓ ଜରିଆରେ ସହାୟତା ପ୍ରଦାନ କରାଯିବ ।

ସୂଚନା ଯୋଗ୍ୟ ଯେ ଓଡ଼ିଶାର ହସ୍ତଶିଳ୍ପ ସାରା  ବିଶ୍ୱରେ ଓଡ଼ିଶା ପାଇଁ ସୁନାମ ଆଣିଛି । କାରୀଗରମାନଙ୍କ ସୃଜନଶୀଳତା ରାଜ୍ୟ ପାଇଁ ଗୌରବ ଆଣିଥିବାବେଳେ କାରୀଗରମାନେ ନାନା ପ୍ରକାର ଦୁରସ୍ଥିତି ଦେଇ ଗତି କରୁଛନ୍ତି । କେଉଁଠି କଂଚାମାଲ ମିଳୁନି ତ କେଉଁଠି ବିକ୍ରୀ ପାଇଁ ବଜାରକୁ ନେଇ ସଂଘର୍ଷ କରୁଛି କାରୀଗର । ରାଜ୍ୟସରକାର ସମସ୍ତ ପ୍ରକାର ଶିଳ୍ପୀଙ୍କୁ କଂଚାମାଲ ଯୋଗାଣ ପାଇଁ ହବ ପ୍ରତିଷ୍ଠା, ସରକାରୀ ପ୍ରୋତ୍ସାହନରେ ବିକ୍ରୟ ବ୍ୟବସ୍ଥା, ପୁଞ୍ଜି ଯୋଗାଣରେ ସହାୟତା କରିଥିଲେ କାରିଗରମାନେ ଆଜି ଯେଉଁ ସ୍ଥିତିରେ ଅଛନ୍ତି ସେଠାରେ ନଥାନ୍ତେ ବୋଲି ଚର୍ଚ୍ଚା ହେଉଛି ।

06/03/2019

Leave a Reply

Your email address will not be published. Required fields are marked *

Comments