Bikash Khabar
ଯାଜପୁର ଅଷ୍ଟମ ଶ୍ରେଣୀ ଛାତ୍ର ତିଆରି କରିଛନ୍ତି ନିଆରା ରିମୋଟ, ବିଦ୍ୟୁତ ଉପକରଣକୁ କରିପାରିବ ପରିଚାଳନା

ଯାଜପୁର ଟାଉନରେ ଘର । ନାଁ ତାଙ୍କର ପୁଣ୍ୟ ପ୍ରତୀକ ମିଶ୍ର । ପୁଣ୍ୟ ହାରୋ ପବ୍ଲିକ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢନ୍ତି । ତାଙ୍କ ବାପାଙ୍କ ନାମ ରଶ୍ମିରଞ୍ଜନ ମିଶ୍ର ଓ ମାତାଙ୍କ ନାମ ମାନସୀ ମିଶ୍ର । ପୁଣ୍ୟ ନିଜ ଗୁରୁ ଡ଼ଃ ସଞ୍ଜୟ ପ୍ରକାଶ ସାହୁଙ୍କ ଠାରୁ ପ୍ରେରଣା ପାଇ ଗୋଟିଏ ନିଆରା ରିମୋଟ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି । ଓଡ଼ିଶାର ଏକ ପ୍ରମୁଖ ଦୈନିକ ପୁଣ୍ୟଙ୍କୁ କୁନି ବୈଜ୍ଞାନିକ ଭାବେ ପରିଚିତି କରାଇଛି ।

ସୋଫାରେ ବସି ଆମେ ରିମୋଟ ଜରିଆରେ ଟିଭିକୁ ଅନ ଅଫ କରିପାରୁଥିବା ଭଳି ଆମେ ଏଣିକି ଗୋଟିଏ ଯାଗାରେ ବସି ପଙ୍ଖା ଓ ବିଜୁଳି ବଲବକୁ ରିମୋଟ ସାହାର୍ଯ୍ୟରେ ଅନ ଅଫ କରିପାରିବା । ଏଭଳି ଏକ ରିମୋଟକୁ ଏହି କୁନି ବୈଜ୍ଞାନିକ ପୁଣ୍ୟ ମାସେ ସମୟ ଦେଇ ତିଆରି କରିଛନ୍ତି । ଏହି ରିମୋଟ ତିଆରି ପାଇଁ ୧୬ ଶହରୁ ୨ହଜାର ଟଙ୍କା ଯାଏ ଖର୍ଚ୍ଚ ହୋଇଥିବା ସେ କହନ୍ତି । ସୁଇଚ୍ ପାଖକୁ ନଯାଇ ରିମୋଟ ଜରିଆରେ ପଙ୍ଖା ଓ ବଲବ ଅଫ ଅନ ହେବାକୁ ସେ ରବିବାର ପରୀକ୍ଷା କରି ଖୁସିରେ ଆତ୍ମହରା ହୋଇଉଠିଛନ୍ତି । ଭବିଷ୍ୟତରେ ସେ ଏକ ରୋବଟ ତିଆରି କରିବେ ବୋଲି କହିଛନ୍ତି ।

26/02/2019

Leave a Reply

Your email address will not be published. Required fields are marked *

Comments