Bikash Khabar
ଜାତିସଂଘରେ ଭାଷଣ ଦେଲେ ଓଡ଼ିଶାର ଅଷ୍ଟମ ଶ୍ରେଣୀ ଛାତ୍ରୀ ଅନିକା

ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଅନିକା ମହାପାତ୍ରଙ୍କ ଘର । ତାଙ୍କ ପିତା ସନ୍ଦୀପ ଓ ମାତାଙ୍କ ସହ ସେ ବାଙ୍ଗାଲୁରରେ ରହି ବିଦ୍ୟା ଶିଳ୍ପ ଏକାଡ଼େମୀର ଅଷ୍ଟମ ଶ୍ରେଣୀରେ ପଢନ୍ତି । ନିକଟରେ ସେ ଜାତିସଂଘର ସାଧାରଣ ପରିଷଦରେ ଭାଷଣ ଦେବାର ସୁଯୋଗ ପାଇଛନ୍ତି । ଅନିକା ଫିଜି ଦେଶର ସମସ୍ୟା ଓ ତାର ସମାଧାନର ରାସ୍ତା ବାବଦରେ ଆଲୋକପାତ କରିଥିଲେ ।

ଜାନୁଆରୀ ୩୦ରୁ ଫେବୃଆରୀ ୨ ତାରିଖ ପର୍ଯ୍ୟନ୍ତ ଜାତିସଂଘର ଏହି କାର୍ଯ୍ୟକ୍ରମ ଚାଲିଥିଲା । ପୃଥିବୀର ୭୦ଟି ଦେଶରୁ ମନୋନିତ ଛାତ୍ରଛାତ୍ରୀ ନ୍ୟୁୟର୍କ ଯାଇ ବକ୍ତୃତାରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କୁ ଜାତିସଂଘର ସାଧାରଣ ପରିଷଦ ଓ ନିରାପତ୍ତା ପରିଷଦରେ କହିବାକୁ ସୁଯୋଗ ମିଳିଥିଲା ।

10/03/2019

Leave a Reply

Your email address will not be published. Required fields are marked *

Comments