Bikash Khabar
ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଲେ ବ୍ରହ୍ମପୁର ର ୯ବର୍ଷର ଆରାଧ୍ୟା

ମହକାଶଚାରୀମାନେ କାହିଁକି କମଳା ଧଳା ରଙ୍ଗର ସ୍ପେସ୍ସୁଟ୍ପିନ୍ଧନ୍ତି? ପେଙ୍ଗୁଇନ୍ ପାଦ କାହିଁକି ବରଫରେ ଥଣ୍ଡା ହୋଇ ଜମିଯାଏନି? ଲିନିଂ ଟାୱାର୍ଅଫ୍ପିସା କାହିଁକି ଟିକିଏ ଟିକିଏ ହୋଇ ଢଳୁଛି? ଏଭଳି ୧୦୧ଟି ବୈଜ୍ଞାନିକ ପ୍ରଶ୍ନର ଉତ୍ତର ଦେଇପାରିଛନ୍ତି ବର୍ଷ ମାସ ୧୧ ଦିନର କୁନି ବାଳିକା ଆରାଧ୍ୟା ଚୌଧୁରୀ ଫଳତଃ ତାଙ୍କ ନାମ ଇଣ୍ଡିଆ ବୁକ୍ଅଫ୍ରେକର୍ଡସ୍ରେ ସ୍ଥାନ ପାଇଛି ତାଙ୍କୁ ମିଳିଛି 'ମାକ୍ସିମମ୍କ୍ୟୁଶ୍ଚିନ୍ସ୍ଅନ୍ଜେନେରାଲ୍ଅବଜର୍ଭେସନ୍ଆନ୍ସର୍ଡ୍ବାଇ ଚାଇଲ୍ଡ' ଶୀର୍ଷକ ପ୍ରମାଣପତ୍ର। ସେ ୧୦୧ଟି ବୈଜ୍ଞାନିକ ପ୍ରଶ୍ନ (ସାଧାରଣ ପର୍ଯ୍ୟବେକ୍ଷଣ ଆଧାରିତ) ଉତ୍ତର ଦେବାରେ ସବୁଠାରୁ କମ୍ବୟସର ପିଲା ହୋଇଛନ୍ତି ଗତ ମାସ ୧୪ ତାରିଖରେ ନେଇ ପରୀକ୍ଷା କରାଯାଇଥିଲା ସେଥିରେ କୃତିତ୍ୱ ହାସଲ କରିଥିଲେ ଏହି କୁନି ଛାତ୍ରୀଜଣକ ଏହି ରେକର୍ଡକୁ ଗତ ୨୨ ତାରିଖରେ ସମ୍ମତି ଦିଆଯାଇଥିବା ସୂଚାଇଛନ୍ତି ଇଣ୍ଡିଆ ବୁକ୍ଅଫ୍ରେକର୍ଡସ ମୁଖ୍ୟ ସମ୍ପାଦକ . ବିଶ୍ୱରୂପ ରାୟ ଚୌଧୁରୀ ନିକଟରେ ଆରାଧ୍ୟ ନିଜ ପ୍ରମାଣପତ୍ର ପାଇଛନ୍ତି ମୂଳତଃ ବ୍ରହ୍ମପୁର ନିବାସୀ ବ୍ୟାଙ୍କ୍ଅଧିକାରୀ ବିନାୟକ ଚୌଧୁରୀ ସନ୍ତୋଷିନୀ ଚୌଧୁରୀଙ୍କ କନ୍ୟା ଆରାଧ୍ୟା ଫେବ୍ରୁଆରୀ , ୨୦୧୧ରେ ଜନ୍ମିତ ସମ୍ପ୍ରତି ସେ ଡେରାଡୁନ୍ରେ ୪ର୍ଥ ଶ୍ରେଣୀରେ ଅଧ୍ୟୟନରତ ମାତ୍ର ୨୦ ଦିନରେ ସେ ଏଥିପାଇଁ ଅଭ୍ୟାସ କରି ଉକ୍ତ ସଂସ୍ଥାକୁ ଆବେଦନ କରିଥିଲେ ଇଣ୍ଡିଆ ବୁକ୍ଅଫ୍ରେକର୍ଡସ ପାରାମିଟର୍ ପ୍ରୋଟୋକଲ୍ଅନୁସାରେ କୃତିତ୍ୱ ହାସଲ କରିଛନ୍ତି ଆରାଧ୍ୟା

04/10/2020

Leave a Reply

Your email address will not be published. Required fields are marked *

Comments