Bikash Khabar
ଫୋନି ପ୍ରଭାବିତ ଚାଷୀଙ୍କୁ ସହାୟତା ,ଉଦ୍ୟାନକୃଷି ଭରଣା ପାଇଁ ମିଳିବ ୯୦ କୋଟି

ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ ପକ୍ଷରୁ ଦାଖଲ ହୋଇଥିବା ପ୍ରସ୍ତାବ ଆଧାରରେ ଉଦ୍ୟାନକୃଷି ବିଭାଗ ପକ୍ଷରୁ ଫୋନି ପ୍ରଭାବିତ ଅଞ୍ଚଳରେ ଚାଷୀମାନଙ୍କୁ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଜାରି ରହିଛି। ସଂକ୍ରାନ୍ତରେ ଉଦ୍ୟାନକୃଷି ବିଭାଗର ନିର୍ଦେଶକ କୃଷି କୃଷକ ସଶକ୍ତୀକରଣ ବିଭାଗ ଅତିରିକ୍ତ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ମିଳିଥିବା ସୂଚନାରୁ ଜଣାପଡ଼ିଛି ଯେ ବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ୧ଲକ୍ଷ ପନିପରିବା ମିନି କିଟ୍ସ ପ୍ରଦାନ କରାଯାଇଛି। ଏଥିପାଇଁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ଆରକେଭିୱାଇ) ପାଣ୍ଠିରୁ ୩କୋଟି ଟଙ୍କା ଖର୍ଚ୍ଚ କରାଯିବାର ବ୍ୟବସ୍ଥା କରାଯାଇଛି। ପ୍ରଭାବିତ ଅଞ୍ଚଳରେ ନଡ଼ିଆ ଆମ୍ବ ଚାରା ବିତରଣ ପ୍ରସ୍ତାବ ଦିଆଯାଇଛି। ଏଥିପାଇଁ ୩କୋଟି ଟଙ୍କାର ଆବଶ୍ୟକତା ରହିଛି। ରାଜ୍ୟ ଯୋଜନାରେ ଇନପୁଟ ରିଆତି ଯୋଜନାରେ ଏହା ଯୋଗାଇ ଦିଆଯିବାର ବ୍ୟବସ୍ଥା ଥିଲେ ମଧ୍ୟ ପର୍ଯ୍ୟନ୍ତ ଅନୁମୋଦନ ହୋଇନାହିଁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଘୋଷିତ ପ୍ୟାକେଜ ଅନୁସାରେ ଚାଷୀ ପିଛା ୧୫ହଜାର ଟଙ୍କା ହିସାବରେ ପାନଚାଷ ପାଇଁ ୫୦ ହଜାର କୃଷକ/ମହିଳା ସ୍ବୟଂସହାୟିକା ଗ୍ରୁପ ପାଇଁ .୫କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରାଯିବାର ପ୍ରସ୍ତାବକୁ ଆରକେଭିୱାଇ ଜରିଆରେ ଅନୁମୋଦନ କରାଯାଇଛି। ସେହିପରି ଚାଷୀ ପିଛା ୨୫ହଜାର ଟଙ୍କା ହିସାବରେ ୧୬୫୦ହେକ୍ଟର କଦଳୀ ଚାଷ ପାଇଁ ୪କୋଟି ଟଙ୍କା ଯୋଗାଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଚାଷୀ ପିଛା ୪୦ ହଜାର ଟଙ୍କା ହିସାବରେ ୧୦୦୦ ଛତୁ ଚାଷ ୟୁନିଟ କରିଥିବା କୃଷକ, ମହିଳା ସ୍ବୟଂସହାୟିକା ଗୋଷ୍ଠୀଙ୍କୁ ୪କୋଟି ଟଙ୍କା ପାଣ୍ଠି ଯୋଗାଣ ପ୍ରସ୍ତାବକୁ ମଧ୍ୟ ଆରକେଭିୱାଇ ମଞ୍ଜୁର କରିଛି। ସମନ୍ବିତ ଉଦ୍ୟାନକୃଷି ବିକାଶ ଯୋଜନାରେ ପ୍ରତି ବାକ୍ସ ପିଛା ୨୦୦୦ ଟଙ୍କା ହିସାବରେ ୫୦୦ ମହୁ ଚାଷୀଙ୍କୁ ସହାୟତା ଯୋଗାଇଦେବାର ବ୍ୟବସ୍ଥା ହୋଇଛି ଏବଂ ଏଥିପାଇଁ ଚାଷୀମାନଙ୍କୁ ଚିହ୍ନଟ କାର୍ଯ୍ୟ ଜାରି ରହିଛି ଏହା ବ୍ୟତୀତ କୋଠାବାଡ଼ି, ପଲି ହାଉସ, ନର୍ସରୀ, ପାଚେରି ଅନ୍ୟାନ୍ୟ ପୁନଃନିର୍ମାଣ ମରାମତି ନିମନ୍ତେ ୧୪କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଫଣିରେ ପ୍ରଭାବିତ ନଡ଼ିଆ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫୦କୋଟି ଟଙ୍କା ମିଳିଛି ଏବଂ ଏହାକୁ ପର୍ଯ୍ୟାୟ କ୍ରମେ ପ୍ରଦାନ କରାଯାଉଛି।

10/10/2019

Leave a Reply

Your email address will not be published. Required fields are marked *

Comments