Bikash Khabar
ଦିଲ୍ଲୀ, ୯୪ ପ୍ରତିଶତ ମହିଳା ପକେଟମାରୁ

୨୦୧୭ରେ ଦିଲ୍ଲୀ ମେଟ୍ରୋରେ ୧୩୯୨ଟି ପକେଟମାରୁ ଘଟଣା ସାମ୍ନାକୁ ଆସିଥିଲା । ୨୦୧୮ରେ ଘଟିଥିଲା ୪୯୭ଟି ଲୁଟ ଘଟଣା । ସେଥିରୁ ୯୪ ପ୍ରତିଶତ ପକେଟମାରୁ ଘଟଣାରେ ମହିଳାମାନେ ସାମିଲ ଥିବା ଜଣାଯାଇଛି ।

୨୦୧୭ ନଭେମ୍ବର ମାସରେ ଦିଲ୍ଲୀରେ ୧୪୪ଟି ପକେଟମାରୁ ଘଟଣା ଘଟିଥିବାବେଳେ ଜୁନରେ ଘଟିଥିଲା ୧୮୭ଟି ଏବଂ ଅଗଷ୍ଟରେ ସର୍ବାଧିକ ୨୨୮ଟି ଘଟଣା ଘଟିଥିଲା । ମହିଳା ଲୁଟେରାମାନେ ଯାତ୍ରୀମାନଙ୍କ ପର୍ସ, ଲାପଟପ୍ , ସୁନା, କ୍ୟାମେରା ଓ ବୈଦେଶିକ ମୁଦ୍ରା ଲୁଟି ନେଇଥିବା ପୋଲିସରେ ଜଣାଯାଇଥିଲା । ସେହିପରି ଜୁଲାଇରେ ୫୧, ଅକ୍ଟୋବରରେ ୬୭, ଜାନୁଆରୀରେ ୯୭ ଓ ଫେବୃଆରୀରେ ୧୦୦ଟି ପକେଟମାରୁ ଓ ବ୍ୟାଗ୍ ଲୁଟି ହୋଇଥିଲା । ୨୦୧୭ରେ ଲୁଟର ସଂଖ୍ୟା ବଢୁଥିବାବେଳେ ସିଆଇଏସଏଫକୁ ତଦାରଖ ପାଇଁ ଦାୟିତ୍ୱାର୍ପଣ କରାଯାଇଥିଲା । ବ୍ୟାପକ ଭାବରେ ସିସିଟିଭି ଲଗାଯିବା ସହ ସାଦା ପୋଷାକଧାରୀ ପୋଲିସଙ୍କୁ ମୁତୟନ କରାଗଲା । ୨୩୬ ମେଟ୍ରୋ ଷ୍ଟେସନ ଉପରେ ସଜାଗ ଦୃଷ୍ଟି ଦିଆଯିବା ପରେ ମହିଳା ଲୁଟେରାଙ୍କ କାରନାମା ସାମ୍ନାକୁ ଆସିଥିଲା । ୨୦୧୭ରେ ଚୋରୀ କରୁଥିବାବେଳେ ୧୨୯୨ ମହିଳା ଓ ୧୦୦ ପୁରୁଷ ଧରା ପଡ଼ିଥିଲେ । ସେହିପରି ୨୦୧୮ରେ ୪୭୦ ମହିଳା ପକେଟମାରୁ ଓ ୨୮ ଜଣ ପୁରୁଷ ଚେନ୍ ଛିଣ୍ଡାଳିଙ୍କୁ ପୋଲିସ ଧରିଥିଲା । ଏହି ମହିଳା ଲୁଟେରାମାନେ ରେଳଷ୍ଟେସନ ମାନଙ୍କରେ ଘୁରି ବୁଲି ଶିକାର ସନ୍ଧାନ କରୁଥିବା ପୋଲିସ କହିଛି । 
 

11/01/2019

Leave a Reply

Your email address will not be published. Required fields are marked *

Comments