Bikash Khabar
୧୦ ରୁ କମ ପିଲା ଥିବାରୁ ରାଜ୍ୟରେ ବନ୍ଦ ହେବ ୯୬୬ ସ୍କୁଲ

 ଶିକ୍ଷାର ପ୍ରଚାର ପ୍ରସାର କରିବାକୁ ସରକାର ପୁରପଲ୍ଲୀରେ ସ୍କୁଲମାନ ଖୋଲିଥିଲେ,ହେଲେ ସେଥିମଧ୍ୟରୁ ୯୬୬ ଟି  ସ୍କୁଲକୁ  ବନ୍ଦ କରିବାକୁ ଯାଉଛନ୍ତି ୧୦ରୁ କମ୍ ଛାତ୍ରଛାତ୍ରୀ ପଢୁଥିବା ଏହି  ସ୍କୁଲଗୁଡିକ  ବନ୍ଦ କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ କହିଛନ୍ତି ଏହି ପ୍ରକ୍ରିୟାରେ  ରାୟଗଡା ଜିଲ୍ଲାରୁ ସର୍ବାଧିକ ୧୩୯ଟି ସ୍କୁଲ ବନ୍ଦ ହେବ ବନ୍ଦ ଘୋଷିତ ବିଦ୍ୟାଳୟ ଗୁଡିକର ପିଲାଙ୍କ ଯାତାୟତ ଖର୍ଚ୍ଚ ମଧ୍ୟ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ସରକାର ବହନ କରିବେ ଶିକ୍ଷା କ୍ଷେତ୍ରରେ ପଛରେ ପଡିଥିବା  କୋରାପୁଟରେ ୯୩ ଟି ସ୍କୁଲ ବନ୍ଦ ହେବାକୁ ଯାଉଥିବାବେଳେ , ଅନୁଗୁଳରେ ୬୪, କନ୍ଧମାଳରେ ୬୦, ଗଞ୍ଜାମରେ ୬୦, ମୟୂରଭଞ୍ଜରେ ୫୩, ବଲାଙ୍ଗିର ସୁନ୍ଦରଗଡରେ ୪୪, କଳାହାଣ୍ଡିରେ ୩୯, ସମ୍ବଲପୁରରେ ୩୪, ଯାଜପୁରରେ ୩୨ ଗଜପତିର ୩୩ଟି ପ୍ରାଥମିକ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି କଟକ କେନ୍ଦ୍ରାପଡାର ୨୭ଟି ସ୍କୁଲରେ ୧୦ ରୁ କମପିଲା ଥିବା ଜଣାଯାଇଛି ସୋନପୁରରେ ୨୪, ବରଗଡ,ଜଗତସିଂହପୁର ଢେଙ୍କାନାଳରେ ୧୯ଟି ଲେଖାଏଁ ସ୍କୁଲ ବନ୍ଦ ହେବ ନୂଆପଡା ବୌଦ୍ଧରେ ୧୮, ମାଲକାନଗିରିର ୧୭, ପୁରୀରେ ୧୬, ଦେବଗଡରେ ୧୨ଟି ସ୍କୁଲରେ ୧୦ରୁ କମ୍ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କାରଣରୁ ପ୍ରାଥମିକ ସ୍କୁଲ ଗୁଡିକ ବନ୍ଦ ହେବ ଏକ କିମି ଦୂରକୁ ପଢିବାପାଇଁ ଯାଉଥିବା ପିଲାମାନଙ୍କୁ ପାଖ ସ୍କୁଲକୁ ସ୍ଥାନାନ୍ତର କରାଯିବ ସ୍କୁଲ ଯିବାପାଇଁ ଯାତାୟତ ଖର୍ଚ୍ଚ ସରକାର ବହନ କରିବେ ମାସକୁ ୬୦୦ ଟଙ୍କା ହିସାବରେ  ଅଭିଭାବକମାନଙ୍କ ଆକାଉଣ୍ଟକୁ  ପିଲାଙ୍କ ଗସ୍ତ ଖର୍ଚ୍ଚ ବାବଦ ଅର୍ଥ ଯିବ କିନ୍ତୁ ଯେଉଁ ପିଲାଙ୍କ  ୫୦ରୁ ୭୪ ପ୍ରତିଶତ ଉପସ୍ଥାନ ଥିବ,ସେମାନଙ୍କୁ  ୪୦୦ ଟଙ୍କା ହିସାବରେ ୪୦୦୦ ଟଙ୍କା ଏବଂ ୩୦ରୁ ୪୯ ପ୍ରତିଶତ ଥିବା ପିଲାମାନଙ୍କୁ ମାସିକ ହଜାର ଟଙ୍କା ପ୍ରଦାନ କରାଯିବ ୩୦ ପ୍ରତିଶତ ତଳକୁ ଉପସ୍ଥାନ ଥିଲେ ସେମାନଙ୍କୁ ଏହି ସୁଯୋଗ ଦିଆଯିବ ନାହିଁ ବୋଲି ଘୋଷଣା କରାଯାଇଛି

27/06/2019

Leave a Reply

Your email address will not be published. Required fields are marked *

Comments