Bikash Khabar
ରାଜ୍ୟର ୯୯୪୦ଟି ଗାଁରେ ପହଂଚିନି ମୋବାଇଲ ଫୋନ୍ ସେବା

ଏବେ ପ୍ରାୟ ଅଧିକାଂଶ ଙ୍କ ହାତରେ  ମୋବାଇଲ ଫୋନ୍। କିନ୍ତୁ ପରିତାପର ବିଷୟ ଯେ, ଓଡ଼ିଶାର ମୋଟ ୯୯୪୦ଟି ଗାଁରେ ଏବେବି ମୋବାଇଲ ଫୋନ୍ ସେବା ଉପଲବ୍ଧ ନୁହେଁ। ଯାହାକି ସମଗ୍ର ଦେଶରେ ସର୍ବାଧିକ ବୋଲି ଜଣାପଡ଼ିଛି।କେନ୍ଦ୍ର ସୂଚନା ପ୍ରଯୁକ୍ତବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ ନିକଟରେ  ରାଜ୍ୟସଭାରେ ରଞ୍ଜୀବ ବିଶ୍ୱାଳଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ଦୂରସଞ୍ଚାର ସେବା ପ୍ରଦାନ କରୁଥିବା କମ୍ପାନୀଗୁଡ଼ିକଠୁ ୨୦୧୮ ମସିହାରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ଯେ ଦେଶର ମୋଟ ୪୩,୦୮୮ଟି ଗାଁରେ ମୋବାଇଲ ଫୋନ୍ ସେବା ଉପଲବ୍ଧ ନାହିଁ। ସେଥିରୁ ଓଡ଼ିଶାରେ ୯୯୪୦ଟି, ମହାରାଷ୍ଟ୍ରର ୬୧୧୭ଟି, ମଧ୍ୟପ୍ରଦେଶର ୫୫୫୮ଟି, ଛତିଶଗଡ଼ର ୩୫୬୩ଟି, ଆନ୍ଧ୍ରପ୍ରଦେଶର ୨୭୪୫ଟି ଅରୁଣାଚଳ ପ୍ରଦେଶର ୨୨୧୫ଟି ଗାଁ ରେ ମୋବାଇଲ ଫୋନ୍ ସେବା ଉପଲବ୍ଧ ହୋଇପାରି ନାହିଁ। କେରଳ ଦିଲ୍ଲୀ ସମେତ ପୁଡୁଚେରୀ, ଚଣ୍ଡିଗଡ଼, ଦାମନ ଡିଉ, ଦାଦରା ନଗରହାଭେଳୀ, ଲାକ୍ଷାଦୀପରେ ଶତପ୍ରତିଶତ ଗାଁରେ ମୋବାଇଲ ଫୋନ୍ ସେବା ଉପଲବ୍ଧ ହୋଇପାରିଛି।

 

19/07/2019

Leave a Reply

Your email address will not be published. Required fields are marked *

Comments