Bikash Khabar
ସୁନ୍ଦରଗଡ ରୁ ସୁନ୍ଦରଗଡ ରୁ ଆସିଲା ସାଙ୍ଘାତିକ ଚିତ୍ର,ଫାଶ ପକାଇ ହାତୀ ଛୁଆକୁ ହତ୍ୟା!

କିଛିଦିନ ତଳେ ନଡ଼ିଆରେ ବାଣ ଭର୍ତ୍ତିକରି ଗୋଟିଏ ଗର୍ଭିଣୀ ହାତୀକୁ କେରଳରେ ହତ୍ୟାକରାଯାଇଥିବା ଘଟଣା କୁ ସାରା ଦେଶ ନିନ୍ଦା କରିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ହାତୀ ଶାବକ ଠେକୁଆ ପାଇଁ ବିଛାଯାଇଥିବା ଜାଲରେ ପଡି ପ୍ରାଣ ହରାଇଥିବା ନେଇ ଆଶଙ୍କା କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ରେଞ୍ଜର ୠତୁକୁପେଡି ସାନଡୋଲାକୁଦୁର ଜଙ୍ଗଲରେ ଏହି ଅଭାବନୀୟ ଘଟଣା ଘଟିଛି ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ନିକଟରେ ସ୍ଥାନୀୟ ଅଞ୍ଚଳର କିଛି ଲୋକ କୁଆଁରମୁଣ୍ଡା ରେଞ୍ଜର ୠତୁକୁପେଡି ସାନଡୋଲାକୁଦୁର ଜଙ୍ଗଲରେ ଫାଶ ବିଛାଇଥିଲେ। ସେମାନେ ବାରହା ଠେକୁଆ ଧରିବା ଲାଗି ଫାଶ ବିଛାଇଥିବା କୁହାଯାଉଛି। ଏହା ଫଳରେ ହାତୀ ଛୁଆଟି ସେଥିରେ ଛନ୍ଦି ହୋଇ ପ୍ରାଣ ହରାଇଥିବା କୁହାଯାଉଛି। ହାତୀ ଛୁଆର ଗଳାରେ ଅଛି କ୍ଷତ ଚିହ୍ନ ରହିଛି ଉକ୍ତ ହାତୀଛୁଆ ମରିଯିବା ପରେ ତାକୁ ନିକଟସ୍ଥ ପୋଖରୀରେ ଫିଙ୍ଗି ଦେଇଥିଲେ। ଉକ୍ତ ହାତୀଛୁଆଟି ପୋଖରୀରେ ଭାସୁଥିବାର ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ କୁଆଁରମୁଣ୍ଡା ରେଞ୍ଜ ୠତୁକୁପେଡି ସାନଡୋଲାକୁଦୁର ଜଙ୍ଗଲରେ କୁଆଁରମୁଣ୍ଡା ରେଞ୍ଜ ଅଧିକାରୀ ରାଉରକେଲା ବନଖଣ୍ଡର ଅତିରିକ୍ତ ବନସଂରକ୍ଷକ ଦିଲୀପ ସାହୁ ପହଞ୍ଚି ମୃତ ହାତୀର ଶବକୁ ଜବତ କରିବା ସହ ତା ଵ୍ୟଵଛେଦ କରିଛନ୍ତି l ଏହି ଵ୍ୟଵଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ତଦନ୍ତ କାର୍ଯ୍ୟାନଷ୍ଠାନ ଭୟ ଘଟଣାକୁ ଚାପି ଦିଆଯାଇଥିଲା ଏହି ଘଟଣାର ତଦନ୍ତ ଜାରି ରହିଛି ବୋଲି ଅତିରିକ୍ତ ବନସଂରକ୍ଷକ ଦିଲୀପ ସାହୁ ସୂଚନା ଦେଇଛନ୍ତି।  ଏହି ଘଟଣା ସୁନ୍ଦରଗଡ଼ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

13/06/2020

Leave a Reply

Your email address will not be published. Required fields are marked *

Comments