Bikash Khabar
ଚଳିତ ବର୍ଷ ସ୍ୱାଭାବିକ ରହିବ ଦେଶର ମୌସୁମୀ ବର୍ଷା

ଜଳବାୟୁ ପରିବର୍ତ୍ତନ ଜନିତ କାରଣର ଖରା ବର୍ଷା ଓ ଶୀତର ସ୍ୱାଭାବିକ ପ୍ରଭାବ ଗୋଳମାଳିଆ ଧରୁଛି । କେବେ ଖରାଦିନ ଲମ୍ବା ହୋଇଯାଉଛି ତ କେବେ ନିଖୋଜ ହୋଇଯାଉଛି ମୌସୁମୀ । ଏହାକୁ ନେଇ ସାରା ବିଶ୍ୱରେ ଚିନ୍ତା ପ୍ରକାଶ ପାଇଛି । ତେବେ ଚଳିତ ବର୍ଷ ମୌସୁମୀକୁ ନେଇ ଚିନ୍ତିତ ହେବାର କୌଣସି କାରଣ ନାହିଁ ବୋଲି ପୂର୍ବାନୁମାନ କରି କହିଛି ଦେଶର ଏକମାତ୍ର ଘରୋଇ ପାଣିପାଗ ପୂର୍ବାନୁମାନ ସଂସ୍ଥା ସ୍ମାଏମେଟ ।

ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ରହିବ ବୋଲି ସ୍ମାଏମେଟ କହିଛି । ସ୍ୱାଭାବିକ ଠାରୁ ଅଧିକ ବର୍ଷାର ସମ୍ଭାବନା ଅଳ୍ପ କିଛି ମାତ୍ରାରେ ଥିବା ଦର୍ଶାଯାଇଛି । ସଂପୃକ୍ତ ସଂସ୍ଥାର ଏହି ସୂଚନା ଚାଷୀମାନଙ୍କ ପାଇଁ ଖୁସି ଖବର ଆଣିଛି । ଦେଶରେ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ମଧ୍ୟରେ ବର୍ଷା ହେଲେ ମୌସୁମୀ ବର୍ଷା ସ୍ୱାଭାବିକ ବୋଲି କୁହାଯାଇଥାଏ । ପ୍ରତିବର୍ଷ ଦେଶରେ ହେଉଥିବା ମୋଟ ବର୍ଷାର ପ୍ରାୟ ୭୦ ପ୍ରତିଶତ ମୌସୁମୀ ଯୋଗୁ ହୋଇଥାଏ । ଜୁନ ମାସରୁ ସେପ୍ଟେମ୍ବର ଯାଏ ଆମ ଦେଶରେ ମୌସୁମୀର ଉପସ୍ଥିତି ଦେଖିବାକୁ ମିଳେ । ମୌସୁମୀର ଆଗମନ ଓ ପ୍ରସ୍ଥାନ ଠିକ୍ ଠାକ ରହିଲେ ଭାରତୀୟ ଅର୍ଥନୀତି ପାଇଁ ଖୁସି ଖବର ଆସିଥାଏ ।

26/02/2019

Leave a Reply

Your email address will not be published. Required fields are marked *

Comments