Bikash Khabar
ଏସବିଆଇର ନୁଆ ପ୍ରୟାସ, ବିନା କାର୍ଡ଼ରେ ଏଟିଏମରୁ ଉଠାଇ ହେବ ଟଙ୍କା

ଡ଼େବିଟ କାର୍ଡ଼ ଆଣିବାକୁ ଭୁଲି ଯାଇଥିଲେ ବି ଏଣିକି ଏଟିଏମରୁ ଉଠାଇ ହେବ ଟଙ୍କା । ଭାରତୀୟ ଷ୍ଟେଟ ବ୍ୟାଙ୍କ ଏହାର ଗ୍ରାହକମାନଙ୍କ ପାଇଁ ଏଭଳି ସେବା ପ୍ରଦାନ କରିଛି । ଏବେ ବ୍ୟାଙ୍କର ୧୬,୫୦୦ ଏଟିଏମ ଶାଖାରେ ଏହି ସେବା ଉପଲବ୍ଧ ହେବ । ଏହା ସଫଳ ହେଲେ ପରବର୍ତ୍ତି ପର୍ଯ୍ୟାୟରେ ସମସ୍ତ ଏଟିଏମରେ ବିନା ଡ଼େବିଟ କାର୍ଡ଼ରେ ଟଙ୍କା ଉଠାଣ ସେବା ଉପଲବ୍ଧ କରାଯିବ ।

ଏବେ ଏସବିଆଇର ୬୦ ହଜାର ଏଟିଏମ ଅଛି । ବିନା ଡ଼େବିଟ କାର୍ଡ଼ରେ ଟଙ୍କା ଉଠାଣ ସୁବିଧା ଗ୍ରାହକମାନଙ୍କୁ ଏକ ଏକ ଉନ୍ନତ ସେବା ପ୍ରଦାନ କରାଇବ । ୟେ ନୋ ଆପ ଜରିଆରେ ଗ୍ରାହକମାନେ ସେମାନଙ୍କ ମୋବାଇଲି ଫୋନରେ ଏକ ଡ଼ାଇନାମିକ କୋଡ଼୍ ସୃଷ୍ଟି କରିବାକୁ ପଡ଼ିବ । ଏଥିପାଇଁ ଏକ ୬ ଅଙ୍କ ବିଶିଷ୍ଟ ପିନକୁ ମୋବାଇଲିରେ ସେଟ୍ କରିବାକୁ ପଡ଼ିବ । ଗ୍ରାହକମାନେ ପଞ୍ଜିକୃତ ମୋବାଇଲି ଫୋନରେ ଏସଏମଏସ ମାଧ୍ୟମରେ ଏକ ୬ ଅଙ୍କ ବିଶିଷ୍ଟ ରେଫରେନ୍ସ ନମ୍ବର ପାଇବେ । ଗ୍ରାହକ ଉଭୟ ପିନ ଓ ରେଫରେନ୍ସ ନମ୍ବର ପାଇବାର ଅଧ ଘଣ୍ଟା ମଧ୍ୟରେ ଟଙ୍କା ଉଠାଣ ସାରିବାକୁ ପଡ଼ିବ । ଗ୍ରାହକମାନେ ସର୍ବାଧିକ ୧୦ ହଜାର ଓ ଦିନକୁ ସର୍ବାଧିକ ୨୦ ହଜାର ଟଙ୍କା ଉଠାଇ ପାରିବେ ।

17/03/2019

Leave a Reply

Your email address will not be published. Required fields are marked *

Comments