Bikash Khabar
ଆରତୀ ରଘୁନାଥନ,କରୋନା କାଳରେ ଅନଲାଇନ ଜରିଆରେ କରିଛନ୍ତି ୩୫୦ କୋର୍ସ

ଲକଡାଉନରେ ପିଲାମାନେ ଘରେ ରହିବା ସମୟରେ ସେମାନଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାସାମ୍ନାକୁ ଆସିଥିଲା। ତେବେ ଲକଡାଉନ ଜାରି ରହିଥିବା ବେଳେ କେରଳର ଜଣେ ଯୁବତୀ ସମୟର ଏଭଳି ସଦଉପଯୋଗ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଏହି ସମୟ ମଧ୍ୟରେ ସେ ଅନଲାଇନ୍ ମାଧ୍ୟମରେ ୩୫୦ଟି କୋର୍ସ କରିଥିବା ଜଣାପଡ଼ିଛିଆରତୀ ରଘୁନାଥନ କୋଚ୍ଚିର ଏଲମକାରାରେ ବସବାସ କରନ୍ତି। ଆରତୀଙ୍କ କହିବାନୁସାରେ, ତାଙ୍କୁ କଲେଜର ଜଣେ ଅଧ୍ୟାପକ ଅନଲାଇନ କୋର୍ସ ବିଷୟରେ ଜଣାଇଥିଲେ। ଲକଡାଉନ୍ ଜାରି ଥିବା ବେଳେ ସେ ସମୟ ନଷ୍ଟ ନକରି ଗୋଟିଏ ପରେ ଗୋଟିଏ ଏପରି ଅନଲାଇନରେ ୩୫୦ଟି କୋର୍ସ ପୂରା କରି ଦେଇଥିଲେ। ଏମଏସସି ବା‌‌ୟୋକେମେଷ୍ଟ୍ରି ସେକେଣ୍ଡ ଇୟର ଛାତ୍ରୀ ଥିବା ଆରତୀ ଜନ ହକିଂସ ୟୁନିଭର୍ସିଟି, ୟୁନିଭର୍ସିଟି ଅଫ ନ୍ୟୁୟର୍କ, ଟେକନିକଲ ୟୁନିଭର୍ସିଟି ଅଫ ଡେନମାର୍କ କୋପନହେଗନ ୟୁନିଭର୍ସିଟି ଭଳି ଅନେକ ବଡ଼ବଡ଼ ୟୁନିଭର୍ସିଟିରୁ କୋର୍ସ କରିଛନ୍ତି।

04/10/2020

Leave a Reply

Your email address will not be published. Required fields are marked *

Comments