Bikash Khabar
ଆମେରିକାରେ ଆପ୍ପଲର ଚାକିରୀ ଛାଡ଼ି ନିଜ ଗାଁରେ ସାଜିଲେ କୃଷକ, ଗ୍ରାମବାସୀଙ୍କୁ ଦେଉଛନ୍ତି କୃଷି ଶିକ୍ଷା

ଆଜି ଆମ ଦେଶରେ ଦକ୍ଷତା ଆଧାରିତ ଶିକ୍ଷାକୁ ନେଇ ବିତର୍କ ଚାଲିିଛି । ଲୋକେ ଗୁରୁକୁଳ ଶିକ୍ଷା କନସେପ୍ଟ ବାବଦରେ ଆଲୋଚନା କରୁଛନ୍ତି । କୁହାଯାଉଛି ଯେ ଅତୀତର ଗୁରୁକୁଳ ଶିକ୍ଷା ସମସ୍ତ ମୂଳଭୂତ ଦକ୍ଷତାକୁ ନିଶ୍ଚିତତା କରୁଥିଲା, ଫଳରେ ବିଦ୍ୟାର୍ଥିଟିଏ ଆଗକୁ ଯାଇ ସ୍ୱାବଲମ୍ବୀ ହୋଇପାରୁଥିଲା । କିନ୍ତୁ ଏବେ ଆମ ଦେଶରେ ଲୋକେ ଗୁରୁକୁଳ ପରମ୍ପରାକୁ ଭୁଲିଯାଇଛନ୍ତି । ଆମ ଦେଶର ଶିକ୍ଷା ବ୍ୟବସ୍ଥାରେ ଲାଇଫ ସପୋର୍ଟିଙ୍ଗ ସ୍କିଲ ଉପରେ କୌଣସି ପ୍ରାଥମିକତା ଦିଆଯାଉନାହିଁ । କିନ୍ତୁ ଆଜି ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ଦକ୍ଷତା ଭିତ୍ତିକ ଶିକ୍ଷାର ଆବଶ୍ୟକତା ବୁଝି ଏହି ଦିଗରେ କାମ କରିଥାନ୍ତି ।

ଲଦାଖର ସୋନମ ୱାଙ୍ଗ ଚୁକ୍ ଏ ଦିଗରେ ଯଥେଷ୍ଟ କାମ କରିଛନ୍ତି । ମହାରାଷ୍ଟ୍ରର ଆଦିଙ୍କ୍ୟ କୋଟ୍ଟାଭର ମଧ୍ୟ ନିଜର ଜ୍ଞାନ ଫାଉଣ୍ଡେସନ ଜରିଆରେ ଅନେକ କାମ କରୁଛନ୍ତି । ଉତ୍ତର ପ୍ରଦେଶର ଅଭିନବ ଗୋସ୍ୱାମୀ ନାମକ ଜଣେ ଯୁବକ ନିଜ ଦେଶବାସୀଙ୍କ ପାଇଁ କିଛି ଗୋଟାଏ କରିବାର ସଂକଳ୍ପ ନେଇ ବିଦେଶରେ ମୋଟା ଦରମାର ଚାକିରୀ ଛାଡ଼ି ଗାଁକୁ ଫେରି ଏବେ ଚାଷ ବାସରେ ମାତିଛନ୍ତି । 
ଉତ୍ତରପ୍ରଦେଶ ଅଲୀଗଡ଼ ନିକଟସ୍ଥ ଜରାରା ଗାଁର ଅଭିନବ ଗୋସ୍ୱାମୀ ୨୦୦୭ ପରଠାରୁ ଆମେରିକାରେ ରହୁଥିଲେ । ସେଠାରେ ଆଇକ୍ୟୋର କମ୍ପାନୀ ଓ ପରେ ୨୦୧୧ଠାରୁ ଆପ୍ପଲ କମ୍ପାନୀରେ ବଡ଼ ଦରମାରେ ନିଯୁକ୍ତି ପାଇଥିଲେ ଅଭିନବ । ହେଲେ ଗାଁର ମାଟି ଓ ମମତା ତାଙ୍କୁ ଆକର୍ଷିତ କରୁଥିଲା । ଗାଁରେ ଏକ ମୁକ୍ତାକାଶ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନା ପାଇଁ ମନ ତାଙ୍କ ଆନ୍ଦୋଳିତ ହେଲା । ୨୦୧୭ରେ ଅଭିନବ ନିଜ ପରିବାର ସହିତ ପୈତୃକ ଗାଁକୁ ଫେରି ଆସିଲେ । ନିଜର ଦୁଇଭାଇଙ୍କ ସହିତ ଆରମ୍ଭ କଲେ ଗୁରୁକୁଳ ଆଶ୍ରମ । ପୁସ୍ତକ ବଦଳରେ ବ୍ୟବହାରିକ ଦକ୍ଷତା ଭିତ୍ତିକ ଶିକ୍ଷା ପ୍ରଦାନ ପାଇଁ ଭିତ୍ତିଭୂମି ନିର୍ମାଣ କଲେ । ରୋଷେଇ, ଜୈବିକ ଚାଷ, ଗୋପାଳନ, କମ୍ପ୍ୟୁଟର ଶିକ୍ଷା, ମ୍ୟୁଜିକ, ଥିଏଟର, ପେଇଣ୍ଟିଙ୍ଗ ପରି ୩୬ଟି ଭିନ୍ନ ଭିନ୍ନ ପ୍ରସଙ୍ଗରେ ଶ୍ରେଣୀ ଖୋଲାଗଲା । ଏବେ ହଷ୍ଟେଲ, ଶ୍ରେଣୀ ପ୍ରକୋଷ୍ଠ, ଅତିଥି ଶାଳ, ଲ୍ୟାବ, ଲାଇବ୍ରେରୀ କାମ ଜୋରରେ ଚାଲିଛି । ଗ୍ରାମବାସୀଙ୍କୁ ଜୈବିକ କୃଷି ଶିକ୍ଷା ଦେଉଛନ୍ତି ଅଭିନବ ।

17/04/2019

Leave a Reply

Your email address will not be published. Required fields are marked *

Comments