Bikash Khabar
ଜନଧନରେ ଓଡ଼ିଶାବାସୀଙ୍କ ୧କୋଟିରୁ ଅଧିକ ଆକାଉଣ୍ଟ

ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଓଡ଼ିଶାବାସୀଙ୍କ ୧.୩୩ କୋଟି ଆକାଉଣ୍ଟ ରହିଛି । ୧.୩୩ କୋଟି ଲୋକ ଏହି ଯୋଜନାରେ ବିଭିନ୍ନ ବ୍ୟାଙ୍କରେ ଖାତା ଖୋଲିଛନ୍ତି । ଖାତାଧାରୀଙ୍କ ମଧ୍ୟରୁ ୯୭.୬୨ ଲକ୍ଷ ଗ୍ରାମାଂଚଳ ବାସିନ୍ଦା ଥିବା କହିଛି ଅର୍ଥମନ୍ତ୍ରାଳୟ ।

୧.୩୩ କୋଟି ଜନଧନ ଆକାଉଣ୍ଟ ରେ ୩.୭୫୯ କୋଟି ଟଙ୍କା ଜମା ହୋଇଥିବା ଜଣାଯାଇଛି । ତେବେ ପାଖାପାଖି ୮ ଲକ୍ଷ ଖାତା ଏକ ପ୍ରକାର ନେଣଦେଣ ଶୂନ୍ୟ ଅବସ୍ଥାରେ ରହିଛି । ୧.୦୫ କୋଟି ଖାତା ସକ୍ରିୟ ଥିବା ଜଣାପଡ଼ିଛି ।
ସାରା ଦେଶରେ ୩୩.୫୫କୋଟି ଖାତା ଖୋଲା ଯାଇଥିବାବେଳେ ଗ୍ରାମାଂଚଳରେ ୧୯.୮୬ କୋଟି ଖାତା ରହିଛି । ଆକାଉଣ୍ଟ ଗୁଡ଼ିକରେ କ୍ରେଡ଼ିଟ ଉନ୍ନତ ରହିଥିଲେ ଏହା ଓଭର ଡ଼୍ରାଫ୍ଟ ସୁବିଧା ଲାଭ କରିପାରିବ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି । ବର୍ତ୍ତମାନ ୬୫.୪୭ ଲକ୍ଷ ଆକାଉଣ୍ଟରେ ଓଭର ଡ଼୍ରାଫ୍ଟ ସୁବିଧା ରହିିଛି ।
ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ପ୍ରାଥମିକ ପର୍ଯ୍ୟାୟରେ ଗ୍ରାମାଂଚଳର ୬କୋଟି ଓ ନଗରାଂଚଳର ୧.୫ କୋଟି ପରିବାର ନିକଟରେ ବ୍ୟାଙ୍କ ସେବା ଉପଲବ୍ଧ କରାଇବା ସରକାରଙ୍କ ଆଭିମୁଖ୍ୟ ରହିଛି । 
 

23/12/2018

Leave a Reply

Your email address will not be published. Required fields are marked *

Comments