Bikash Khabar
ସ୍ୱାସ୍ଥ୍ୟ ଗବେଷକ ଙ୍କ ମତ ,ବଢିଛି ଭାରତୀୟଙ୍କ ଆୟୁଷ

୧୯୯୦ରେ ଭାରତୀୟଙ୍କ ହାରାହାରି ଆୟୁଷ ୫୯. ବର୍ଷ ଥିବାବେଳେ ୨୦୧୯ ବେଳକୁ ତାହା ୭୦. ବର୍ଷକୁ ବୃଦ୍ଧି ପାଇଛି ବୋଲି ବିଶ୍ୱର ପ୍ରତିଷ୍ଠିତ ସ୍ୱାସ୍ଥ୍ୟ ପତ୍ରିକା ଦି ଲାନସେଟ୍ପକ୍ଷରୁ କୁହାଯାଇଛି ତେବେ ଭାରତର ରାଜ୍ୟ ଭିତ୍ତିରେ ହାରାହାରି ଆୟୁଷରେ ତାରତମ୍ୟ ରହିଛି କେରଳରେ ହାରାହାରି ଆୟୁଷ ସର୍ବାଧିକ ୭୭. ବର୍ଷ ଥିବାବେଳେ ଉତ୍ତରପ୍ରଦେଶରେ ହାରାହାରି ଆୟୁଷ ୬୬. ବର୍ଷ ରହିଛି ତେବେ ଭାରତୀୟ ଜନସ୍ୱାସ୍ଥ୍ୟ ସଂସ୍ଥାନର ବିଶେଷଜ୍ଞ ଶ୍ରୀନିବାସ ଗୋଲି କହିଛନ୍ତି ଯେ ଭାରତୀୟଙ୍କ ହାରାହାରି ଆୟୁଷ ବଢିଥିଲେ ମଧ୍ୟ ଖରାପ ସ୍ୱାସ୍ଥ୍ୟ ଭିତ୍ତିଭୂମି ପରିବେଶ ଯୋଗୁଁ ଅନେକ ଲୋକ ନିଜର ପରିଣତ ବୟସରେ ରୋଗବ୍ୟାଧି ସହ ଜୀବନ କାଟୁଛନ୍ତି ବିଶ୍ୱର ୨୦୦ଟି ଦେଶରେ ୨୮୬ ପ୍ରକାରର ମୃତ୍ୟୁ, ୩୬୯ଟି ରୋଗ ଉପରେ ଗବେଷଣା କରି ଏକ ଅନ୍ତର୍ଜାତୀୟ ଗବେଷକ ଦଳ ଏହି ସଂଦର୍ଭ ପ୍ରକାଶ କରିଛନ୍ତି ଭାରତରେ ପ୍ରଦୂଷଣ, ତମ୍ବାଖୁ ସେବନ ଆଦି ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ଼ ପ୍ରତିବନ୍ଧକ ବୋଲି ଏହି ରିପୋର୍ଟରେ କୁହାଯାଇଛି ୨୦୧୯ରେ ଭାରତରେ ପ୍ରଦୂଷଣରେ .୬୭ ନିୟୁତ ମୃତ୍ୟୁ, ଉଚ୍ଚରକ୍ତଚାପରେ .୪୭ ନିୟୁତ ମୃତ୍ୟୁ ତମ୍ବାଖୁ ଜନିତ ରୋଗରେ .୨୩ ନିୟୁତ ମୃତ୍ୟୁ ହୋଇଥିଲା

16/10/2020

Leave a Reply

Your email address will not be published. Required fields are marked *

Comments