Bikash Khabar
ଏଣିକି ବ୍ୟାଙ୍କ, ମୋବାଇଲି ଓ ସ୍କୁଲ ନାମଲେଖା ପାଇଁ ଜରୁରୀ ନୁହେଁ ଆଧାର

ଆଧାରକୁ ନେଇ ବୁଧବାର ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । କହିଛନ୍ତି ଆଧାରର ସାମ୍ବିଧାନିକ ବୈଧତା ବଜାୟ ରହିବ । କିନ୍ତୁ ଆଧାର ନଥିଲେ ସ୍କୁଲ ନାମଲେଖା ଉପରେ କଟକଣା କରାଯାଇପାରିବ ନାହିଁ । ଅର୍ଥାତ ବିନା ଆଧାରରେ ସ୍କୁଲରେ ନାମ ଲେଖା ହେବ । ସର୍ବୋଚ୍ଚ ଅଦାଲତ ସୂଚାଇଛନ୍ତି ଯେ ମୋବାଇଲି ଫୋନକୁ ଆଧାର ସହିତ ଲିଙ୍କ କରାଯିବାର ଆବଶ୍ୟକତା ନାହିଁ । ମୋବାଇଲି ସିମ୍, ବ୍ୟାଙ୍କ ଆକାଉଣ୍ଟ ପାଇଁ ଆଧାର ଜରୁରୀ ନଥିବାବେଳେ ସିବିଏସଇ, ନେଟ ଏବଂ ୟୁଜିସି ପରୀକ୍ଷା ପାଇଁ ଆଧାରର ଆବଶ୍ୟକତା ନାହିଁ । ଟେଲିକମ୍ କମ୍ପାନୀ, ଇକମର୍ସ ଫାର୍ମ, ପ୍ରାଇଭେଟ ବ୍ୟାଙ୍କ ଆଧାର ନମ୍ବର ମାଗି ପାରିବେ ନାହିଁ ।
ସେହିପରି ସୁପ୍ରିମକୋର୍ଟ ଆଧାର ସହିତ ଆୟକର ରିଟର୍ଣ୍ଣ ପାଇଁ ପାନ୍ କାର୍ଡ଼ ସହ ଲିଙ୍କ୍ କରିବାକୁ ବାଧ୍ୟତାମୂଳକ କରାଇଛନ୍ତି । ବିଭିନ୍ନ ସରକାରୀ ଯୋଜନାର ଲାଭ ପାଇବା କ୍ଷେତ୍ରରେ ଆଧାର ଅନିବାର୍ଯ୍ୟ । ସରକାରୀ ରିଆତି କ୍ଷେତ୍ରରେ ଆଧାର ନମ୍ବର ସଂଯୋଗୀକରଣ ଜରୁରୀ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଆଧାରକୁ ସମାଲୋଚନା ସମ୍ବିଧାନ ବିରୋଧୀ ଦର୍ଶାଇବା ସହ ଆଧାରର ନକଲ ହେବାର ବିପଦ ନାହିଁ ଓ ଏହା ଏକଦମ ସୁରକ୍ଷିତ ବୋଲି କହିଛନ୍ତି ଅଦାଲତ ।
 

26/09/2018

Leave a Reply

Your email address will not be published. Required fields are marked *

Comments