Bikash Khabar
ଆସନ୍ତା ୨୦ ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀଙ୍କ ଆଧାର ପଞ୍ଜିକରଣ ସାରିବାକୁ ନିର୍ଦ୍ଦେଶ

ଯେଉଁ ସ୍କୁଲର ପିଲାଙ୍କ ଆଧାର ନମ୍ବର ନଥିବ ସେହି ସ୍କୁଲର ପ୍ରଧାନଶିକ୍ଷକ ପିଲାଙ୍କୁ ନେଇ ନିକଟସ୍ଥ ଆଧାର କେନ୍ଦ୍ରରେ ନାମ ପଞ୍ଜିକରଣ କରାଇବାକୁ ଓପେପା ପକ୍ଷରୁ ଗତ ବର୍ଷଠାରୁ ପରାମର୍ଶ ଦିଆଯାଇଛି । କିନ୍ତୁ ଏ ଯାଏଁ ତାହା ସରିପାରୁନାହିଁ । ସ୍କୁଲ ଡ଼ିଷ୍ଟ୍ରିକୁ ମ୍ୟାନେଜମେଣ୍ଟ ଇନଫରମେଶନ ସିଷ୍ଟମ ୨୦୧୭-୨୦୧୮ ଅନୁସାରେ ରାଜ୍ୟର ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟର ୧୭ ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଖରେ ଆଧାର କାର୍ଡ଼ ନାହିଁ । ତେଣୁ ଆସନ୍ତା ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା ସମସ୍ତ ପ୍ରାଥମିକ ଏବଂ ମାଧ୍ୟମିକ ସ୍କୁଲର ଛାତ୍ରଛାତ୍ରୀଙ୍କ ନାମ ପଞ୍ଜିକରଣ ସାରିବାକୁ ଓଡ଼ିଶା ପ୍ରାଥମିକ ଶିକ୍ଷା ପ୍ରାଧିକରଣ କର୍ତ୍ତୃପକ୍ଷ (ଓପେପା) ପକ୍ଷରୁ କୁହାଯାଇଛି । ଏ ନେଇ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ପ୍ରଧାନଶିକ୍ଷକ ପିଲାଙ୍କୁ ଆଧାର କେନ୍ଦ୍ର ନେଇ ନାମ ପଞ୍ଜିକରଣ କରାଇବେ । ୨୨ ତାରିଖ ଭିତରେ ସମସ୍ତ ଛାତ୍ରଛାତ୍ରୀଙ୍କ ଆଧାର ତଥ୍ୟ ଅପଲୋଡ଼ ପାଇଁ ନିର୍ଦ୍ଦେଶ ରହିଛି ।
 

14/09/2018

Leave a Reply

Your email address will not be published. Required fields are marked *

Comments