Bikash Khabar
ଆଜିଠୁ କୃଷିମେଳା, ୧୭୦ଟି ଷ୍ଟଲରେ ପ୍ରଦର୍ଶିତ ହେବ କୃଷି, ଉଦ୍ୟାନ ଓ ଯନ୍ତ୍ରପାତି

ଆଜିଠାରୁ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆଠାରେ ରାଜ୍ୟସ୍ତରୀୟ କୃଷି ମେଳା ଆୟୋଜିତ ହେଉଛି । ଏଥିରେ ୧୭୦ଟି ଷ୍ଟଲ ଖୋଲିବ । କୃଷି ପ୍ରଦର୍ଶନୀ, କୃଷକ ଓ ବୈଜ୍ଞାନିକ ଆଲୋଚନା ଓ ଚାଷୀ ସମ୍ବର୍ଦ୍ଧନା କରାଯିବ । ୧୯ ତାରିଖରେ ଉଦଯାପିତ ହେବ । ଷ୍ଟଲ ଗୁଡ଼ିକରେ କୃଷି, ମତ୍ସ୍ୟ ଓ ପଶୁସମ୍ପଦ, ଉଦ୍ୟାନ କୃଷି, ଘରୋଇ ବ୍ୟବସାୟ କ୍ଷେତ୍ର, ବିହନ, ସାର, କୀଟନାଶକ, ଜଳସେଚନ ଉପକରଣ, ପମ୍ପସେଟ, ଗୋ ଖାଦ୍ୟ, ବିଭିନ୍ନ କୃଷି ଉତ୍ପାଦ, ବିଭିନ୍ନ କିସମର ପ୍ରାଣୀ ଓ ଉନ୍ନତ ଯନ୍ତ୍ରପାତି ପ୍ରଦର୍ଶିତ ହେବ । ୫ ଦିନିଆ ଏହି କୃଷି ମେଳାରେ ୯ଟି ସମ୍ମିଳନୀ କର୍ମଶାଳା ଆୟୋଜିତ ହେବ ।


୭ ଜଣିଆ କୃଷି ବୈଜ୍ଞାନିକଙ୍କ ସହିତ ମତ ବିନିମୟ କର୍ମଶାଳା ଆୟୋଜନ କରାଯିବ । ଏଥିରେ ମୂଳ ଜାତୀୟ ଶସ୍ୟ, ପୁଷ୍ଟି ନିରାପତ୍ତା, କୁକୁଡ଼ା ଚାଷ, ଜଳବାୟୁ ପରିବର୍ତ୍ତନ ଓ କୃଷି କ୍ଷେତ୍ର ଉପରେ ପ୍ରଭାବ, କୃଷକଙ୍କ ଆୟବୃଦ୍ଧି ପ୍ରସଙ୍ଗକୁ ନେଇ ଆଲୋଚନା କରାଯିବ ।

15/01/2019

Leave a Reply

Your email address will not be published. Required fields are marked *

Comments