Bikash Khabar
ଶିକ୍ଷୟିତ୍ରୀ ହେବାକୁ ଲକ୍ଷ୍ୟରଖିଛନ୍ତି ଧନ୍ଦାମୂଳକ ଶିକ୍ଷାର ରାଜ୍ୟ ଟପ୍ପର ମୈତ୍ରୀ

ଯୁକ୍ତ ଧନ୍ଦାମୂଳକ ଶିକ୍ଷାରେ ୫୪୧ ନମ୍ୱର୍ ରଖି ରାଜ୍ୟରେ ଟପର ହୋଇଛନ୍ତି କେନ୍ଦ୍ରାପଡା ଜୁନିୟର କଲେଜ ଛାତ୍ରୀ ମୈତ୍ରୀ ରାଉତ। ଆର୍ଥିକ ଅନାଟନ ସତ୍ତ୍ବେ ଦୃଢ଼ ଇଚ୍ଛାଶକ୍ତି କଠିନ ପରିଶ୍ରମ କରି ମୈତ୍ରୀ ଏହି ସଫଳତା ପାଇଛନ୍ତି। ସେ ଦିନକୁ ପାଖାପାଖି ୧୨ ଘଣ୍ଟା ପରିଶ୍ରମ କରୁଥିଲେ। ଭବିଷ୍ୟତରେ ଜଣେ ଶିକ୍ଷୟିତ୍ରୀ ହୋଇ ପିଲାଙ୍କୁ ସହଜରେ ଶିକ୍ଷା ଯୋଗାଇ ଦେବେ ବୋଲି ଲକ୍ଷ୍ୟ ରଖିଛନ୍ତି ସେ। ମୈତ୍ରୀଙ୍କ ଘରକେନ୍ଦ୍ରାପଡ଼ା ବ୍ଲକ୍ ନିକିରାଇ ମଠସାହିରେ ହୋଇଥିବା ବେଳେ ପିତା ରବିନ୍ଦ୍ର ରାଉତ ଜଣେ ଚାଷୀ ମା ଗୃହିଣୀ। ଝିଅକୁ ରେଭେନ୍ସା କଲେଜରେ ପଢାଇବାକୁ ଆଶା ରଖିଛନ୍ତି ପିତାମାତା। କେନ୍ଦ୍ରାପଡ଼ା ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର ତ୍ରିପାଠୀ କହିଛନ୍ତି, ମୈତ୍ରୀଙ୍କ ସଫଳତା ଜିଲ୍ଲା ତଥା ମହାବିଦ୍ୟାଳୟ ପାଇଁ ଗର୍ବ ଆଣି ଦେଇଛି। ଅଧ୍ୟାପକ କେ.ଭି ମହାପାତ୍ର, ଶିକ୍ଷକ ପ୍ରଦୀପ୍ତ ବୋଷ ପିତାମାତାଙ୍କ ସମର୍ଥନ ପାଇଁ ସେ ଏହି ସଫଳତା ପାଇଛନ୍ତି ବୋଲି ମୈତ୍ରୀ କହିଛନ୍ତି।ଉଭୟ କଲା ଧନ୍ଦାମୂଳକ ଶିକ୍ଷା ଫଳାଫଳରେ ନାମୀ କଲେଜର କେହି ଜଣେ ବି ବିଦ୍ୟାର୍ଥୀ ୯୦ ପ୍ରତିଶତ ମାର୍କ ରଖିନଥିବା ବେଳେ ଦୁଇ ଚାଷୀ ଙ୍କ ଦୁଇ କନ୍ୟାସନ୍ତାନ ରାଜ୍ୟରେ ଟପ୍ପର ହୋଇ ଗର୍ବ ଆଣିଦେଇଛନ୍ତି ଉଭୟ ଶିକ୍ଷକ ପେଶାରେ ରହିବେ ବୋଲି ସୂଚନା ଦେଇ ଏକ ନୁଆଁ ଧାରା ସୃଷ୍ଟିକରିଛନ୍ତି

06/09/2020

Leave a Reply

Your email address will not be published. Required fields are marked *

Comments