Bikash Khabar
ଜୈବ ଇନ୍ଧନରେ ପ୍ରଥମ କରି ଉଡ଼ିଲା ବାୟୁସେନା ବିମାନ

ବାୟୁସେନାର ବିମାନ ଏଏନ-୩୨ ଦେଶର ପ୍ରଥମ ଜୈବ ଇନ୍ଧନ ବ୍ୟବହାରକାରୀ ବିମାନ ଭାବେ ଉଡ଼ାଣ ଭରିଛି । ବାୟୁସେନାର ପରୀକ୍ଷଣ ସ୍ଥଳ ଆଷ୍ଟେଠାରେ ପରୀକ୍ଷାମୂଳକ ଭାବେ ଏହାକୁ ଉଡ଼ାଣ କରାଯାଇଛି । ଡ଼ିଆରଡ଼ିଓ ଡ଼ାଇରେକ୍ଟୋରେଟ ଜେନେରାଲ ଏରୋନଟିକାଲ କ୍ୱାଲିଟି ଆସ୍ୟୁରାନ୍ସ ଏବଂ ସିଏସ ଆଇଆଇ-ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ପେଟ୍ରୋଲିୟମ ଏହାକୁ ସହାୟତା କରିଥିଲେ ।

ଜୈବ ଇନ୍ଧନରେ ଜେଟ ବିମାନ ଉଡ଼ାଣକୁ ପ୍ରୋତ୍ସାହିତ କରିବା ପାଇଁ ଚଳିତ ବର୍ଷ ବାୟୁସେନା ମୁଖ୍ୟ ମାର୍ଶାଲ ବିଏସ ଧନୋଆ ଘୋଷଣା କରିଥିଲେ । ସ୍ୱଦେଶୀର ଜ୍ଞାନ କୌଶଳ ବିକାଶ ଉପରେ ଆୟୋଜିତ ଏକ ସେମିନାରରେ ଯୋଗଦେଇ ଧନୋଆ କହିଲେ, ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଜୈବ ଇନ୍ଧନ ଯୁକ୍ତ ଏଏନ-୩୨ ଉଡ଼ାଣ କରାଯିବ । ଏଥିପାଇଁ ଭାରତୀୟ ବାୟୁସେନା ପରୀକ୍ଷାନୀରିକ୍ଷା ଜାରୀ ରଖିଛି । ଜୈବ ଇନ୍ଧନ ବାଇଗବା ଫଳ (ଜାଟ୍ରେଫା)ରୁ ପ୍ରସ୍ତୁତ । ଏହି ତୈଳ ଛତିଶଗଡ଼ ବାୟୋ ଡ଼ିଜେଲ ଡ଼େଭଲପମେଣ୍ଟ ଅଥରିଟି ଠାରୁ ସଂଗ୍ରହ କରାଯାଇ ଡ଼େରାଡ଼ୁନରେ ପ୍ରକ୍ରିୟାକରଣ କରାଯାଉଛି । ଅଗଷ୍ଟ ମାସରେ ପ୍ରଥମ କରି ଏକ ବ୍ୟବସାୟିକ ବିମାନ ଜୈବ ଇନ୍ଧନରେ ଡ଼େରାଡ଼ୁନ ଠାରୁ ଦିଲ୍ଲୀ ଯାଏ ଉଡ଼ାଣ ଭରିଥିଲା । ବାଇଗବା ଫଳରୁ ଜୈବ ଇନ୍ଧନ ଆହରଣକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ଏହି ପ୍ରଜାତିର ଚାରା ରୋପଣ କରାଯାଇଛି । 
 

19/12/2018

Leave a Reply

Your email address will not be published. Required fields are marked *

Comments