Bikash Khabar
ବାୟୁସେନାର ହେଲା ଭାର ଉଠାଇବା କ୍ଷମତାର ଆକଳନ

ଚୀନ ଏବଂ ପାକିସ୍ଥାନ ସହ ଯୁଦ୍ଧ ପରିସ୍ଥିତିରେ ଭାରତୀୟ ଆକାଶବାହିନୀ କେତେ ଶିଘ୍ର ଏବଂ କେତେ ଓଜନର ସାମଗ୍ରୀ ବା ଭାର ଉଠାଇ ପାରିବ ମଙ୍ଗଳବାର ଏହାର ସଫଳ ପରୀକ୍ଷଣ କରାଯାଇ ରେକର୍ଡ଼ ପ୍ରସ୍ତୁତ କରାଯାଇଥିଲା । ବାୟୁସେନା ୪୬୩ ଟନ୍ ସାମଗ୍ରୀ ଚଣ୍ଡିଗଡ଼ ଠାରୁ ଏୟାର ଲିଫ୍ଟ କରି ଲଦାଖର ଭିନ୍ନ ଭିନ୍ନ ଅଂଚଳରେ ପହଂଚାଇ ପାରିଛନ୍ତି ।

ବାୟୁସେନା ୬ ଘଣ୍ଟାରୁ କମ୍ ସମୟ ମଧ୍ୟରେ ୪୬୩ ଟନ୍ ସାମଗ୍ରୀ ପହଂଚାଇ ପାରିଥିବା ପରୀକ୍ଷଣରୁ ଜଣାଗଲା । ପୂର୍ବରୁ ୫୦୦ ଟନର ଏୟାର ଲିଫ୍ଟ କରିବାର ରେକର୍ଡ଼ ରହିଛି । ଦ୍ରୃତ ଗତିରେ ଏୟାର ଲିଫ୍ଟ କରିବାର କ୍ଷମତା ବଢିଥିବା କୁହାଯାଇଛି । ସାଧାରଣ ପରିସ୍ଥିତିରେ ପାଖାପାଖି ୩ହଜାର ଟନ୍ ଲୋଡ଼ ଏୟାରଲିଫ୍ଟ କରାଯାଇଥାଏ ।
ଏୟାର ମାର୍ଶାଲ ଏନଜେଏସ ଡ଼ିଲ୍ଲନଙ୍କ ତତ୍ତ୍ୱାବଧାନରେ ଏହି ଅପରେସନ ପୁରା କରାଯାଇଥିଲା । ସେ ନିଜ ପ୍ରତିକ୍ରିୟା ଦେଇ କହିଥିଲେ ଯେ ପବନରେ ଦୃତ ଗତି ଆଧୁନିକ ଯୁଦ୍ଧର ମୁଖ୍ୟ ଅଙ୍ଗ । ବାୟୁସେନାର ଏୟାର ଲିଫ୍ଟ କ୍ଷମତା ଯଥେଷ୍ଟ ବିଶ୍ୱସ୍ତନୀୟ ବୋଲି ସେ କହିଥିଲେ । 
 

19/12/2018

Leave a Reply

Your email address will not be published. Required fields are marked *

Comments