Bikash Khabar
ଆଜିଠୁ ୧୫ ଦିନ ରାଜ୍ୟରେ ବାୟୁ ପ୍ରଦୂଷଣ ତଦାରଖ

ରାଜ୍ୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ଆଜି ଠାରୁ ୧୫ ଦିନ ଯାଏ ବାୟୂ ପ୍ରଦୂଷଣ ତଦାରଖ କରାଯିବ । ଆଗରୁ ଦୀପାବଳି ଓ ଏହା ପରଦିନ ତଦାରଖ କରାଯାଉଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୧୫ ଦିନିଆ ତଦାରଖ କରାଯିବ ବୋଲି ବୋର୍ଡ଼ ପକ୍ଷରୁ ଜଣାପଡ଼ିଛି ।
ଦୀପାବଳିକୁ ଦୃଷ୍ଟିରେ ରଖି ବୁଧବାରଠାରୁ ସାରା ରାଜ୍ୟରେ ବାୟୂ ପ୍ରଦୂଷଣ ତଦାରଖ କରାଯିବ । ଦୀପାବଳୀର ୭ଦିନ ଆଗରୁ ଓ ୭ ଦିନ ପର ପର୍ଯ୍ୟନ୍ତ ତଦାରଖ ହେବ । ରାଜ୍ୟର ୧୭ଟି ସହରରେ ବାୟୂ ପ୍ରଦୂଷଣର ମାତ୍ରା ମପାଯିବ । ଏ ନେଇ କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ଼ ପକ୍ଷରୁ ରାଜ୍ୟ ପ୍ରଦୂଷଣ ବୋର୍ଡ଼କୁ ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ୱର, କଟକ, ବାଲେଶ୍ୱର,ପାରାଦ୍ୱୀପ, ରାଉରକେଲା, ବ୍ରହ୍ମପୁର, ପୁରୀ, ସମ୍ବଲପୁର, ଅନୁଗୋଳ, ଝାରସୁଗୁଡ଼ା, ତାଳଚେର, କଳିଙ୍ଗନଗର, ବଣାଇ, କେନ୍ଦୁଝର, ରାଜଗାଙ୍ଗପୁର, ରାୟଗଡ଼ା ଓ କୋଣାର୍କରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଆଂଚଳିକ ଅଧିକାରୀମାନେ ପ୍ରଦୂଷଣର ମାତ୍ରା କେତେ ରହିଛି ତାହା ଉପରେ ରିପୋର୍ଟ ଦେବେ ।
ସୁପ୍ରିମକୋର୍ଟ ସବୁଜ ବାଣ ଫୁଟାଇବା କଥା କହିଛନ୍ତି । କିନ୍ତୁ ସବୁଜବାଣର ସଂଜ୍ଞା ନିରୂପିତ ହୋଇନି । କେଉଁ ବାଣକୁ ସବୁଜ ବାଣ କୁହାଯିବ ତାର ସୂଚନା ଲୋକଙ୍କ ପାଖରେ ନାହିଁ କି ପ୍ରଶାସନ ନିକଟରେ ନାହିଁ । ଲୋକେ କମ୍ ଧୂଆଁ ଓ କମ୍ ଶବ୍ଦ ବାହାରୁଥିବା ବାଣ ଫୁଟାଇବା ଆବଶ୍ୟକ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ କୁହାଯାଇଛି । 
 

31/10/2018

Leave a Reply

Your email address will not be published. Required fields are marked *

Comments