Bikash Khabar
ଦିଲ୍ଲୀ ବସରୁ ଜଣାପଡ଼ିବ ବାୟୁର ଗୁଣାତ୍ମକ ମାନ

ଦିଲ୍ଲୀବାସୀଙ୍କ ଗମନାଗମନ ବ୍ୟବସ୍ଥାରେ ସୁଧାର ଆଣିବା ସାଙ୍ଗକୁ ସହରରେ ବାୟୁରମାନ ତଦାରଖ ପାଇଁ  ଦିଲ୍ଲୀ ସରକାର ଏକ ନୁଆ ପ୍ରକାର ପ୍ରଣାଳୀର ବିକଶିତ କରିଛନ୍ତି । ଇନ୍ଦ୍ରପ୍ରସ୍ଥ ଇନଷ୍ଟିଚ୍ୟୁଟ ଅଫ ଇନଫରମେସନ ଟେକ୍ନୋଲୋଜି (ଆଇଆଇଟି) ସହାୟତାରେ ଏକ ମୋବାଇଲି ଆପ୍ସ ଓ ୱେବପୋର୍ଟାଲ ପ୍ରସ୍ତୁତ କରାଯାଇଛି । ପୋର୍ଟାଲରେ ଦିଲ୍ଲୀର ସମସ୍ତ ଡ଼ିଟିଏଚ୍ ବସ୍ ପରିବହନ ରୁଟ୍ ଚାର୍ଟ, ସହରର ମ୍ୟାପ୍ ସାଙ୍ଗକୁ ସହରରେ ବାୟୁରମାନ ସଂପର୍କିତ ତଥ୍ୟ ଅପଲୋଡ଼ କରାଯିବ । ଦିଲ୍ଲୀର କେଉଁ ରୁଟରେ କେଉଁ ବସ୍ କେଉଁ ଷ୍ଟପେଜରେ ବା ରାସ୍ତାରେ ରହିଛି ତାର ସୂଚନା ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ହେବ ।

ଏଥିପାଇଁ ୧୬୦୦ ବସରେ ଜିପିଏସ୍ ଖଞ୍ଜାଯାଇଛି । ଭାରତୀୟ ସହରମାନଙ୍କ ମଧ୍ୟରୁ ଏପରି କରିବାରେ ଦିଲ୍ଲୀ ପ୍ରଥମ ସହର ହୋଇଛି ବୋଲି ପରିବହନ ମନ୍ତ୍ରୀ କୈଳାଶ ଗହଲୋତ ସୂଚନା ଦେଇଛନ୍ତି । ଦିଲ୍ଲୀବାସୀଙ୍କ ଗମନାଗମନ ସମସ୍ୟାର ସମାଧାନ ଦିଗରେ ଏହି ଆପ୍ସ ବିଶେଷ ମାତ୍ରାରେ ସହାୟକ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି । ୨୦୧୯ ଏପ୍ରିଲ ସୁଦ୍ଧା ସମୁଦାୟ ୪ ହଜାର ବସରେ ଏଭଳି ସିଷ୍ଟମ ରହିବ । ବସରେ ଲାଗିଥିବା ଜିପିଏସ ରୁଟର ମ୍ୟାପ ପ୍ରଦାନ କରିବ । ପ୍ରତି ୧୦ ସେକେଣ୍ଡରେ ଅପଡ଼େଟ କରିବ । ଫଳରେ ବ୍ୟବହାରକାରୀ ବସର ଟାଇମ, ଦିଗ ଏବଂ ସ୍ଥାନ ବାବଦରେ ଜାଣିପାରିବ ବୋଲି ଆସିଷ୍ଟାଣ୍ଟ ପ୍ରଫେସର ପ୍ରଭେଶ ବିୟାନୀ କହିଛନ୍ତି ।
ଏହି ସିଷ୍ଟମ ଗବେଷକମାନଙ୍କୁ ଟ୍ରାଫିକ ଏବଂ ବାୟୁର ଗୁଣାତ୍ମକମାନ ଭିତରେ ଥିବା ସଂପର୍କର ସୂଚନା ଦେଇପାରିବ । ୧୦୦ଟି ବସରେ ଡ଼୍ରାଇଭରଙ୍କ ପଛ ପଟକୁ ଲାଗି ଏୟାର କ୍ୱାଲିଟି ମନିଟର ରହିବ । 
 

24/12/2018

Leave a Reply

Your email address will not be published. Required fields are marked *

Comments